ନବରଙ୍ଗପୁର: ଗଡ଼ିଲା ୪୪ ଲକ୍ଷ୍ମୀ ବସ୍‌‌

Advertisment

୩ବର୍ଷରେ ଜିଲ୍ଲାରେ ରୂପାନ୍ତର ଆସିବ: ମୁଖ୍ୟମନ୍ତ୍ରୀ

୩ବର୍ଷରେ ଜିଲ୍ଲାରେ ରୂପାନ୍ତର ଆସିବ: ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର: ଗଡ଼ିଲା ୪୪ ଲକ୍ଷ୍ମୀ ବସ୍‌‌

ନବରଙ୍ଗପୁର: ଲକ୍ଷ୍ମୀ ବସ୍‌ ସେବା ଯୋଗୁଁ ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ପ୍ରତି ଗାଁ ଏବେ ଯୋଡ଼ିହେଉଛି। ବିଭିନ୍ନ କାମରେ ଲକ୍ଷ୍ମୀ ବସ୍ ଆପଣଙ୍କ ସାରଥି ହେବ। ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ସେବା ଯୋଜନାରେ ଏକକାଳୀନ ୪୪ଟି ବସ୍‌ ସେବା ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କଥା କହିଛନ୍ତି। ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇ ମୁଖ୍ୟମନ୍ତ୍ରୀ କହିଥିଲେ, ଦୁର୍ଗମ ଅଞ୍ଚଳରେ ଗମନାଗମନ ଏକ ବଡ଼ ସମସ୍ୟା ଥିଲା। ତେଣୁ ନବରଙ୍ଗପୁର ଜିଲ୍ଲାର ସମସ୍ତ ପଞ୍ଚାୟତରେ ଲକ୍ଷ୍ମୀ ବସ୍‌ ସେବା ଯୋଗାଇବ। ଲୋକେ ଗାଁରୁ ବ୍ଲକ୍‌କୁ ଯିବେ। ତେଣୁ ପ୍ରତ୍ୟେକ ବର୍ଗ ଉପକୃତ ହେବେ। ଘର ପାଖକୁ ବସ୍‌ ଆସିବ। ପିଲାଙ୍କୁ ଶିକ୍ଷାନୁଷ୍ଠାନ ସହ ଏବଂ ଚାଷୀଙ୍କୁ ବଜାର ସହ ଯୋଡ଼ିବ। ସାମାଜିକ, ଅର୍ଥନୈତିକ ବିକାଶରେ ବସ୍‌ ସେବା ନୂଆ ଉପଲବ୍ଧି ହାସଲ କରିବ। ସେହିପରି ଆମ ବ୍ୟାଙ୍କ, ଆମ ଓଡ଼ିଶା ନବୀନ ଓଡ଼ିଶା ସହ ଲୋକଙ୍କ ପ୍ରସ୍ତାବ ଅନୁସାରେ ପ୍ରକଳ୍ପ ନିମନ୍ତେ ଅନୁଦାନ ମଞ୍ଜୁର ହୋଇଛି। ନବରଙ୍ଗପୁର ପ୍ରତି ମୋର ସ୍ୱତନ୍ତ୍ର ଧ୍ୟାନ ରହିଥିବାରୁ ଭିତ୍ତିଭୂମି ବିକାଶ ଦିଗରେ ଅନେକ କାମ ଚାଲିଛି। ଆଗାମୀ ୩ବର୍ଷ ମଧ୍ୟରେ ଜିଲ୍ଲାରେ ବ୍ୟାପକ ରୂପାନ୍ତର ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ନବରଙ୍ଗପୁରରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ କହିଥିଲେ, ପରିବହନ ସେବା ଆଜି ଦ୍ବାରଦେଶରେ ପହଞ୍ଚିଛି। ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ବିଶେଷ କରି ୩୦ବର୍ଷ ତଳକୁ ଦେଖିଲେ ଆଜି ମା’ମାନଙ୍କ ସ୍ଥିତିରେ ଯେଉଁ ପରିବର୍ତ୍ତନ ଆସିଛି, ତାହା କେହି ଚିନ୍ତା କରିନଥିଲେ। ମା’ମାନଙ୍କର ଏହି ରୂପାନ୍ତର ଶ୍ରେୟ କେବଳ ମୁଖ୍ୟମନ୍ତ୍ରୀଙ୍କର ବୋଲି କହିଥିଲେ। ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଏସ୍‌ଡିସି ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ, ଜିଲ୍ଲା ପରିଷଦ ସଭାପତି ମୋତିରାମ ନାୟକ ପ୍ରମୁଖ ବ୍ୟକ୍ତବ୍ୟ ରଖି ଲକ୍ଷ୍ମୀ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ମହିଳା, ଛାତ୍ରଛାତ୍ରୀ, ଦିବ୍ୟାଙ୍ଗଙ୍କ ନିମନ୍ତେ ମାତ୍ର ୫ଟଙ୍କା ଭଡ଼ାରେ ଗମନାଗମନ ସୁବିଧା କରାଯାଇଛି। ଏହା ନିଶ୍ଚିତ ଭାବେ ସମସ୍ତଙ୍କୁ ଉପକୃତ କରିବ ବୋଲି ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ, କମିସନର ଅମିତାଭ ଠାକୁର, ସିଏମ୍‌ଡି ଦିପ୍ତେଶ ପଟ୍ଟନାୟକ, ଜିଲ୍ଲାପାଳ କୋମଳ ଲୋଚନ ମିଶ୍ର ଏବଂ ସମସ୍ତ ବିଡିଓ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe