ନବରଙ୍ଗପୁର ସାଂସଦଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ନବରଙ୍ଗପୁର ସାଂସଦଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ନବରଙ୍ଗପୁର: ସାଂସଦ ରମେଶ ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ି ରାସ୍ତା ତଳକୁ ଖସି ପଡ଼ିବାରୁ ସମ୍ମୁଖ ଭାଗ ସଂପୂର୍ଣ୍ଣ ଚୂରମାର ହୋଇଯାଇଛି। ସୌଭାଗ୍ୟବଶତଃ ସାଂସଦଙ୍କ ସମେତ ତାଙ୍କ ଡ୍ରାଇଭର ଓ ପିଏସ୍‌ଓ ବର୍ତ୍ତିଯାଇଥିବା ସୂଚନା ମିଳିଛି। ଦିଲ୍ଲୀରୁ ବାହାରି ରାୟପୁରରେ ପହଞ୍ଚିବା ପରେ ସେଠାରୁ ନିଜ ଗାଡ଼ି ଯୋଗେ ଉମରକୋଟ ଫେରୁଥିଲେ। ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଉମରକୋଟ ବ୍ଲକ୍‌ ଅନ୍ତର୍ଗତ ଦୁରଗାଗୁଡ଼ା ଗାଁ ନିକଟରେ ଗାଡ଼ିର ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ବ ଜମି ଭିତରକୁ ପଶି ଯାଇଥିଲା। ତେବେ ସମସ୍ତେ ସିଟ୍‌ବେଲ୍ଟ ବାନ୍ଧିଥିବାରୁ ସାଂସଦଙ୍କ ସମେତ ଡ୍ରାଇଭର ଏବଂ ପିଏସ୍‌ଓ ବଡ଼ ଅଘଟଣକୁ ଟାଳିଦେଇଥିଲେ। ଦୁର୍ଘଟଣା ପରେ ସାଂସଦ ନିଜେ ଉମରକୋଟ ଥାନା ଓ ସମର୍ଥକଙ୍କୁ ଫୋନ୍‌ କରି ଦୁର୍ଘଟଣା ସଂପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe