India Today
ଭୁବନେଶ୍ୱର: ବାତ୍ୟା ‘ଫନି’ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପ ନିମନ୍ତେ ଜନସାଧାରଣଙ୍କ ଦ୍ୱାରା ପାଣ୍ଠି ପ୍ରଦାନ ପାଇଁ ଏକ ୱେବ ପୋର୍ଟାଲ୍ ଉଦଘାଟନ କରିଛନ୍ତି। rebuild.odisha.gov.in ୱେବ ପୋର୍ଟାଲ୍କୁ ଆଜି ସଚିବାଳୟରେ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପୋର୍ଟଲ୍ ଜରିଆରେ ବାତ୍ୟା ପରବର୍ତ୍ତୀ ଥଇଥାନ ପାଇଁ ପାଣ୍ଠି ସଂଗ୍ରହ କରାଯିବ।
ସାମୁଦ୍ରିକ ଝଡ଼ ‘ଫନି’ ପରେ ବିଧ୍ୱସ୍ତ ହୋଇ ଯାଇଥିବା ସରକାରଙ୍କର ଶକ୍ତି, ଗୃହ, ଶିକ୍ଷା, ଅଙ୍ଗନବାଡ଼ି, ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାନୀୟ ଜଳ ଯୋଗାଣ, ଗୋଷ୍ଠୀଗତ ଭିତ୍ତିଭୂମି ସମ୍ବଦ୍ଧୀୟ ପ୍ରକଳ୍ପଗୁଡ଼ିକର ତଥ୍ୟ ପ୍ରଦାନ କରାଯିବ। ଏହା ସହ ତାହାକୁ କାର୍ଯ୍ୟକ୍ଷମ କରାଇ ରାଜ୍ୟର ପୁନରୁତ୍ଥାନ ସକାଶେ ଜନସାଧାରଣଙ୍କଠାରୁ ପାଣ୍ଠି ସଂଗ୍ରହ କରାଯିବ ବୋଲି ଜାଣିବାକୁ ମିଳିଛି।
ଏହି ପୋର୍ଟାଲ ଜରିଆରେ ବିଭିନ୍ନ ବ୍ୟକ୍ତିବିଶେଷ, କମ୍ପାନି, ସରକାରୀ ଉଦ୍ୟେଗ ଓ ସଂସ୍ଥା ଓଡ଼ିଶାର ପୁର୍ନଗଠନ ନିମନ୍ତେ ସହାୟତାର ହାତ ବଢ଼ାଇ ପାରିବେ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅନେକ ବର୍ଗରୁ ସହାୟତା ମିଳିସାରିଛି।
Follow Us