ବାଲେଶ୍ୱରରେ ତ୍ରିମୁଖୀ ପ୍ରତିନ୍ଦ୍ୱନ୍ଦ୍ୱିତା: ରବୀନ୍ଦ୍ର ଓ ପ୍ରତାପଙ୍କୁ କଡ଼ା ଟକ୍କର ଦେଉଛନ୍ତି ନବଜ୍ୟୋତି

Advertisment
ବାଲେଶ୍ୱରରେ ତ୍ରିମୁଖୀ ପ୍ରତିନ୍ଦ୍ୱନ୍ଦ୍ୱିତା: ରବୀନ୍ଦ୍ର ଓ ପ୍ରତାପଙ୍କୁ କଡ଼ା ଟକ୍କର ଦେଉଛନ୍ତି ନବଜ୍ୟୋତି

ଭୁବନେଶ୍ୱର ( ସୁବ୍ରତ ଦାସ) : ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଆଉ ୪ ଦିନ ରହିଲା। ସେଥିପାଇଁ ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ବାତାବରଣ ବେଶ୍‌ ସରଗରମ ହୋଇଉଠିଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲେଶ୍ୱରଠାରେ ଏକ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରି ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭୋଗରାଇ, ଜଳେଶ୍ୱର, ରେମୁଣା ଆଦି ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆସନ୍ତା ୨୬ ତାରିଖରେ ବାଲେଶ୍ୱର ନିର୍ବାଚନ ପ୍ରଚାର କରିବାକୁ ଆସୁଥିବା ଜଣାଯାଇଛି।

publive-image

photo-dailyhaunt

ବିଜୁ ଜନତା ଦଳ ସାଂସଦ ରବୀନ୍ଦ୍ର କୁମାର ଜେନା ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପୁଣି ଥରେ ନିର୍ବାଚନୀ ଲଢ଼େଇ ଲଢୁଛନ୍ତି। ଗତ ୨୦୧୪ ନିର୍ବାଚନରେ ଶ୍ରୀ ଜେନା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଶ୍ରୀ ଷଡ଼ଙ୍ଗୀଙ୍କୁ ୧.୪୩ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ପରାଜିତ କରି ବିଜୟୀ ହୋଇଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଗତଥର ୨.୭୭ ଲକ୍ଷ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଏଥର ଶ୍ରୀ ଜେନାଙ୍କ ବଦଳରେ ନବଜ୍ୟୋତି ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ହୋଇ ରବୀନ୍ଦ୍ର ଜେନା ଓ ପ୍ରତାପ ଷଡ଼ଙ୍ଗୀକୁ କଡ଼ା ଟକ୍କର ଦେଉଛନ୍ତି। ଶ୍ରୀ ପଟ୍ଟନାୟକ ଭୋଟରମାନଙ୍କଠାରୁ ବିଶେଷତଃ ଯୁବ ଭୋଟରଙ୍କ ମଧ୍ୟରେ ଲୋକପି୍ରୟ ଥିବାର ଦେଖିବାକୁ ମିଳିଛି।

ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ଏକ ଦୁର୍ଗ ରୂପେ ପରିଗଣିତ ହୋଇଥାଏ। ଗତ ୨୦୧୪ ନିର୍ବାଚନରେ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାତୋଟି ବିଧାନସଭା ଆସନ ମଧ୍ୟରେ ଛଅଟିରେ ବିଜୟୀ ହୋଇଥିଲା। କେବଳ ରେମୁଣା ଆସନଟିକୁ ଭାରତୀୟ ଜନତା ପାର୍ଟିର ଜିତିଥିଲେ।

ଏଥର ବିଜୁ ଜନତା ଦଳ ଚାରୋଟି ଆସନରେ ପୁରୁଣା ମୁହଁଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି। ସେମାନେ ହେଲେ- ଶିକ୍ଷା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ (ଭୋଗରାଇ), ଜୀବନ ପ୍ରଦୀପ ଦାଶ (ବାଲେଶ୍ୱର), ନିତ୍ୟାନନ୍ଦ ସାହୁ (ବସ୍ତା) ଓ ଅଶ୍ୱିନୀ ପାତ୍ର (ଜଳେଶ୍ୱର)। ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କୁ ବଦଳାଇ ସନ୍ତୋଷ ଖଟୁଆଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ରେମୁଣାରେ ସୁଦର୍ଶନ ଜେନାଙ୍କ ସ୍ଥାନରେ ସୁଧାଂଶୁ ଶେଖର ପରିଡାଙ୍କୁ ପ୍ରାର୍ଥୀ କରାଯାଇଛି। ବଡ଼ସାହି ଆସନରେ ଏଥର ବିଧାୟକ ଗଣେଶ୍ୱର ପାତ୍ରଙ୍କ ବଦଳରେ ବୃନ୍ଦାବନ ଦାସ ପ୍ରତିଦ୍ୱନ୍ଦିତା କରୁଛନ୍ତି। ବୃନ୍ଦାବନ ଗତଥର ଭାରତୀୟ ଜନତା ପାର୍ଟି ଟିକେଟରେ ଲଢ଼ି ପରାଜିତ ହୋଇଥିଲେ।

ତେବେ ଏଥର ନିର୍ବାଚନ ମଇଦାନରେ କିଛି ଅଦଳବଦଳ ଦେଖିବାକୁ ମିଳିଛି। ନୀଳଗିରିର ବିଧାୟକ ସୁକାନ୍ତ ନାୟକ ବିଜୁ ଜନତା ଦଳ ଟିକେଟ ନ ପାଇବା ପରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ହୋଇଛନ୍ତି। ସେହିପରି ବିଜୁ ଜନତା ଦଳ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଦଳୀୟ ପ୍ରାର୍ଥୀ ରୂପେ ମନୋନୀତ ନ ହେବାରୁ ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ରୂପେ ମଇଦାନକୁ ଓହ୍ଲାଇଛନ୍ତି।

publive-image PHOTO-dna

ବାଲେଶ୍ୱର ଜିଲ୍ଲା ରାଜନୀତିରେ ପ୍ରଭାବ ବିସ୍ତାର କରିଥିବା ଶ୍ରୀ ମହାନ୍ତି ଏକ ଯୌତୁକ ମାମଲାରେ ଜଡ଼ିତ ହେବା ପରେ ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ଏବଂ ସେ ୨୦୧୪ ନିର୍ବାଚନରେ ଦଳୀୟ ଟିକେଟ ପାଇ ନଥିଲେ। ତାଙ୍କ ବଦଳରେ ତାଙ୍କର ସହଯୋଗୀ ନିତ୍ୟାନନ୍ଦ ସାହୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ଏଥର ତାଙ୍କୁ ପୁଣି ଦଳ ପ୍ରାର୍ଥୀ କରିଛି। ଅନ୍ୟ ପକ୍ଷରେ କିଛିଦିନ ତଳେ ଶ୍ରୀ ମହାନ୍ତିଙ୍କୁ ଦଳର ଉପସଭାପତି ଦାୟିତ୍ୱ ଦେବା ସଂଗେ ସଂଗେ ଉଠାଜଳସେଚନ ନିଗମ ଅଧ୍ୟକ୍ଷ ରୂପେ ନିଯୁକ୍ତି ଦିଅଯାଇଥିଲା। ଏ ପରିପ୍ରେକ୍ଷୀରେ ସେ ଏଥର ବିଜୁ ଜନତା ଦଳର ପ୍ରାର୍ଥୀ ହୋଇପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। କିନ୍ତୁ ଶ୍ରୀ ମହାନ୍ତି ହତାଶ ହୋଇ ଭାରତୀୟ ଜନତା ପାର୍ଟିକୁ ଲମ୍ଫ ଦେଇଛନ୍ତି।

ଜଳେଶ୍ୱରର ପୂର୍ବତନ ବିଧାୟକ ଜୟ ନାରୟଣ ମହାନ୍ତି ଏଥର କଂଗ୍ରେସ ଛାଡ଼ି ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ହୋଇଛନ୍ତି। ମହାନଦୀ ବଞ୍ଚାଅ ଆନ୍ଦୋଳନର ନେତା ସୁଦର୍ଶନ ଦାସ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe