ନବରଙ୍ଗପୁର: ନୂଆ ପଞ୍ଚାୟତ ଘର ଦାବି କରି ଭୋଟ୍‌ ବର୍ଜନ କଲେ ଗ୍ରାମବାସୀ

ନବରଙ୍ଗପୁର: ନୂଆ ପଞ୍ଚାୟତ ଘର ଦାବି କରି ଭୋଟ୍‌ ବର୍ଜନ କଲେ ଗ୍ରାମବାସୀ

ନବରଙ୍ଗପୁର: ପାପଡ଼ାହାଣ୍ଡି ବ୍ଲକ୍‌ର କଣ୍ଟାଗ୍ରାମରେ ନୂତନ ଗ୍ରାମ ପଞ୍ଚାୟତ ଗୃହ ନିର୍ମାଣ ଦାବି କରି କଣ୍ଟାଗାଁର ବାସିନ୍ଦାମାନେ ଭୋଟ୍‌ ବର୍ଜନ କରିଛନ୍ତି।

ଗ୍ରାମ ସ୍କୁଲ୍‌ରେ ଭୋଟ୍‌ ପାଇଁ ବୁଥ୍‌ରେ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। ଲୋକେ ଦଳବଦ୍ଧ ଭାବେ ଆଖପାଖରେ ବୁଲାବୁଲି କରୁଛନ୍ତି କିନ୍ତୁ, ଭୋଟ୍‌ ଦେବାକୁ ଆସୁଛନ୍ତି।

publive-image

୧୨୩୮ ଭୋଟର୍‌ ଥିବା ଏହି ଗ୍ରାମର ଲୋକେ ନୂଆକରି ଗଠିତ ହୋଇଥିବା ଗ୍ରାମପଞ୍ଚାୟତ ଲାଗି ଗୃହ ନିର୍ମାଣ ନିମନ୍ତେ ସ୍ଥାନୀୟ ପ୍ରଶାସନ ନିକଟରେ ପୂର୍ବରୁ ଦାବି ଜଣାଇଥିଲେ। କିନ୍ତୁ, ସେହି ପଞ୍ଚାୟତର ପଡ଼ୋଶୀ ରନ୍ଧାଗୁଡ଼ା ଗାଁ ଲୋକେ ତାଙ୍କ ଗ୍ରାମରେ ପଞ୍ଚାୟତ ଘର ନିର୍ମାଣ ହେଉ ବୋଲି ଦାବି କରୁଥିବାରୁ ଉଭୟ ଗ୍ରାମ ମଧ୍ୟରେ ବିବାଦ ଉପୁଜିଛି।

କିନ୍ତୁ କଣ୍ଟାଗାଁ ନାମାନୁସାରେ ପଞ୍ଚାୟତର ନାମକରଣ କରାଯାଇଥିବାରୁ ତଥା ବଡ଼ ରାଜସ୍ୱ ଗାଁ ହୋଇଥିବାରୁ ସେଠାରେ ପଞ୍ଚାୟତ ଘର ହେବା ଉଚିତ ବୋଲି ଗ୍ରାମବାସୀମାନେ ଯୁକ୍ତି ବାଢୁଛନ୍ତି। କିନ୍ତୁ, ସରପଞ୍ଚ ରନ୍ଧାଗୁଡ଼ା ଗ୍ରାମବାସୀ ହୋଇଥିବାରୁ ଏବଂ ତହସିଲଦାର ପୂର୍ବରୁ ରନ୍ଧାଗୁଡ଼ାରେ ପଞ୍ଚାୟତ ଘର ନିର୍ମାଣ ନିମନ୍ତେ ସ୍ଥାନ ନିରୂପଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe