ନବରଙ୍ଗପୁର: ୧୦୮ ଆମ୍ବୁଲାନ୍‌ସ୍‌ ଦୁର୍ଘଟନା ଯୋଗୁଁ ଗର୍ଭବତୀଙ୍କ ସମେତ ୩ ଆହତ

Advertisment
ନବରଙ୍ଗପୁର: ୧୦୮ ଆମ୍ବୁଲାନ୍‌ସ୍‌ ଦୁର୍ଘଟନା ଯୋଗୁଁ ଗର୍ଭବତୀଙ୍କ ସମେତ ୩ ଆହତ

ନବରଙ୍ଗପୁର: ଶନିବାର ରାତିରେ କଲେଗାଁ ଗୌଡ଼ଗୁଡ଼ା ନିକଟରେ ଗୋଟିଏ ୧୦୮ ଆମ୍ବୁଲାନ୍‌ସ୍‌ ଦୁର୍ଘଟନାଗସ୍ତ ହେବାରୁ ସେଥିରେ ଥିବା ଜଣେ ଗର୍ଭବତୀଙ୍କ ସମତେ ୩ ଜଣ ଆହତ ହୋଇଛନ୍ତି।

ରାତି ପ୍ରାୟ ୨ଟା ବେଳେ ଝରିଗାଁ ବ୍ଲକ୍‌ର ଟେମରା ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାଗୁଡ଼ା ଗାଁରୁ ଆସନ୍ନପ୍ରସବା ଲକ୍ଷ୍ମୀ ଜାନିଙ୍କୁ ନେଇ ଏକ ୧୦୮ ଆମ୍ବୁଲାନ୍‌ସ୍‌ ଯୋଗେ ଝରିଗାଁ ଡାକ୍ତରଖାନାକୁ ଆଣିବା ବେଳେ କଲେଗାଁ ଗୌଡ଼ଗୁଡ଼ା ନିକଟରେ ରାସ୍ତାରେ ଥିବା ଏକ କଲ୍‌ଭର୍ଟ ବା ଶଙ୍ଖପୋଲର ବାଡ଼ା ଉପରକୁ ଚଢ଼ି ଯାଇ ଦୁର୍ଘଟନାଗ୍ରସ୍ତ ହୋଇଥିଲା। ଏହାର ପ୍ରଭାବରେ ଆମ୍ବୁଲାନ୍‌ସ୍‌ ଚାଳକ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ଓ ଆଶାକର୍ମୀ ମନିକା ଜାନି ମଧ୍ୟ ସାଙ୍ଘାତିକ ଆହତ ହୋଇଛନ୍ତି।

publive-image

ତିନି ଆହତଙ୍କୁ ପ୍ରଥମେ ଝରିଗାଁ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରୁ ସେମାନଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଉମରକୋଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ସେମାନଙ୍କୁ ନବରଙ୍ଗପୁର ପଠାଯିବା ପରେ ଏଥର କୋରାପୁଟ ମେଡିକାଲ୍‌ କଲେଜକୁ ସ୍ଥାନାନ୍ତର କରାଯାଇଛି।

ଆଶାକର୍ମୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ଗୁରୁତର ଥିବା କଥା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe