ନାଚୁଣୀ ଅଞ୍ଚଳରେ ପଙ୍ଗପାଳ ନେଇ ଚର୍ଚ୍ଚା

Advertisment
ନାଚୁଣୀ ଅଞ୍ଚଳରେ ପଙ୍ଗପାଳ ନେଇ ଚର୍ଚ୍ଚା

Hope Elephants

ନାଚୁଣୀ: ପଙ୍ଗପାଳ ଭାରତର ବିଭିନ୍ନ ରାଜ୍ୟ ଯଥା ରାଜସ୍ଥାନ, ଉତ୍ତରପ୍ରଦେଶ ପରେ ଛତିଶଗଡରେ ପହଞ୍ଚିଥିବା ଖବର ଦେଶରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏ ଖବରରେ ସବୁଠାରେ ଚାଷୀ ଆଶଙ୍କାରେ ଥିବାବେଳେ ଆଜି ସକାଳେ ସ୍ଥାନୀୟ ୧୬ନମ୍ବର ଜାତୀୟ ରାଜପଥ କଡ଼ସ୍ଥିତ ନାଚୁଣୀ ଅଞ୍ଚଳରେ ବିଭିନ୍ନ ଗଛପତ୍ରରେ ଏକାଧିକ ସଂଖ୍ୟାରେ ପଙ୍ଗପାଳମାନେ ଉଡ଼ି ଆସି ଆସ୍ଥାନ ଜମାଇଥିବା ଦେଖାଯାଇଛି। ଝିଣ୍ଟିକା ପ୍ରଜାତିର ଏହି ପଙ୍ଗପାଳମାନେ ଯେଉଁ ଗଛରେ ଉଡ଼ିଆସି ବସୁଛନ୍ତି ସେ ଗଛର ପତ୍ରକୁ ଖାଇଦେଉଛନ୍ତି। ଆଖପାଖରେ ଥିବା କେତେକ ଅରଖ ଗଛରେ ବସି ଏହି ପଙ୍ଗପାଳଅଳ୍ପ ସମୟ ମଧ୍ୟରେ ଏହାର ପତ୍ରକୁ ଟୁଙ୍କି ଲଣ୍ଡା କରିଦେଇଥିଲେ। ଏହାକୁ କେହି କେହି ଦେଖି ଚର୍ଚ୍ଚା କରିବା ଫଳରେ କାଳେ ଓଡ଼ିଶାକୁ ପଙ୍ଗପାଳ ପ୍ରବେଶ କରିଗଲେକି ବୋଲି ଚାଷୀ ଓ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। କୃଷିବିଭାଗ ଏଥିପ୍ରତି ଆବଶ୍ୟକ ଧ୍ୟାନ ଦେବାକୁ ସାଧାରଣରେ ନିବେଦନ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe