ନବ ଦାସଙ୍କ ମୃତ୍ୟୁ: ସିବିଆଇ ତଦନ୍ତ ଦାବିରେ ଓଡ଼ିଶା ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ନବ ଦାସଙ୍କ ମୃତ୍ୟୁ: ସିବିଆଇ ତଦନ୍ତ ଦାବିରେ ଓଡ଼ିଶା ହାଇକୋର୍ଟରେ ଜନସ୍ବାର୍ଥ ମାମଲା

livelaw.in

କଟକ: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ନେଇ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ସିବିଆଇ ତଦନ୍ତ ଦାବି କରାଯାଇ ଏହି ମାମଲା ଦାୟର କରିଛନ୍ତି ଭାରତୀୟ ବିକାଶ ପରିଷଦ।

ସୂଚନାଯୋଗ୍ୟ, ଗତ ମାସ ୨୯ ତାରିଖ ଦିନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ହତ୍ୟାକୁ ୯ ଦିନ ପୂରିଥିବା ବେଳେ ଏଯାଏ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ଦାୟିତ୍ବ ଅର୍ପଣ କରିଥିବା ବେଳେ ଏହି ତଦନ୍ତ ପ୍ରକ୍ରିୟାକୁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଜେ. ପି. ଦାସ ତଦାରଖ କରୁଛନ୍ତି। ଘଟଣା ଦିନ ହିଁ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏକାଧିକ ତଦନ୍ତକାରୀ ଅଧିକାରୀ ଆସି ପହଞ୍ଚି ଯାଇଥିଲେ।
ଏହାପରେ ଏକାଧିକ ଟିମରେ ବିଭକ୍ତ ହୋଇ ତଦନ୍ତକାରୀ ଅଧିକାରୀମାନେ ଝାରସୁଗୁଡ଼ା ଓ ଅଭିଯୁକ୍ତର ଘର ବ୍ରହ୍ମପୁରଠାରେ ତଦନ୍ତ ଜାରି ରଖିଥିଲେ। ତେବେ ଆଜି ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଗୋପାଳ କାହିଁକି ନବ ଦାସଙ୍କୁ ଗୁଳିକରି ହତ୍ୟା କଲା ତାହା ଜାଣିବାରେ ସକ୍ଷମ ହୋଇ ନାହିଁ। ଗୋପାଳ ଗୁଳି ମାରିଥିବା ନେଇ ସ୍ବୀକାର କରିଥିବା ସଂପର୍କରେ କ୍ରାଇମବ୍ରାଞ୍ଚ କହିଥିବା ବେଳେ ହତ୍ୟାର କାରଣ ସଂପର୍କରେ କିଛି କହି ନଥିବା ଜଣାଯାଇଛି। ଗୋପାଳକୁ ଗିରଫ କରିବା ପରେ ପ୍ରଥମ ପର୍ଯ୍ୟାୟରେ ୪ ଦିନ ରିମାଣ୍ଡ ସଂପୂର୍ଣ୍ଣ ହୋଇ ଦ୍ବିତୀୟ ପର୍ଯ୍ୟାୟରେ ପୁଣି ୪ ଦିନ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ନେଇ ତଦନ୍ତ ଜାରି ରଖିଥିବା କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe