ଶେଷ ପର୍ଯ୍ୟାୟ ପାଇଁ ରଣନୀତି ପ୍ରସ୍ତୁତ କଲେ ନଡ୍ଡା: ବି‌ଜେପି କାର୍ଯ୍ୟାଳୟରେ ଶୀର୍ଷ ନେତୃତ୍ବଙ୍କ ସହ ଘଣ୍ଟାଏ ଆଲୋଚନା

Advertisment
ଶେଷ ପର୍ଯ୍ୟାୟ ପାଇଁ ରଣନୀତି ପ୍ରସ୍ତୁତ କଲେ ନଡ୍ଡା: ବି‌ଜେପି କାର୍ଯ୍ୟାଳୟରେ ଶୀର୍ଷ ନେତୃତ୍ବଙ୍କ ସହ ଘଣ୍ଟାଏ ଆଲୋଚନା

ଭୁବନେଶ୍ବର: ଆଜି ରାଜ୍ୟରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଥିବାବେଳେ ଜୁନ୍‌ ୧ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିପାଇଁ ମେ’ ୩୦ରେ ପ୍ରଚାର ଶେଷ ହେବ। ତେଣୁ କିପରି ଚତୁର୍ଥ ପର୍ଯ୍ୟାୟରେ ଜୋରଦାର୍ ପ୍ରଚାର ହେବ, କେଉଁ ନେତା ଆସିବା ଦରକାର, କେଉଁ ଅାସନରେ ଫୋକସ୍‌ କରିବାକୁ ପଡ଼ିବ ସେନେଇ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଦଳର ଶୀର୍ଷ ନେତୃତ୍ବଙ୍କ (ସାଂଗଠନିକ) ସହ ଘଣ୍ଟାଏ କାଳ ଆଲୋଚନା କରିଛନ୍ତି।

ବିଜେପିରୁ ମିଳିଥିବା ସୂଚନା ଅନୁଯାୟୀ, ନଡ୍ଡା ବୈଠକରେ କହିଛନ୍ତି ଯେ ଏବେ ଓଡ଼ିଶାରେ ଯେପରି ବାତାବରଣ ‌ଅଛି ସେଥିରେ ମତଦାତାଙ୍କ ପ୍ରଥମ ପସନ୍ଦ ବିଜେପି ପାଲଟିଛି। ତେଣୁ ଅଧିକରୁ ଅଧିକ ମତଦାତାଙ୍କୁ ଆକୃଷ୍ଟ କରିବାକୁ ହେବ। ଆସନ୍ତା ୨୯ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡ଼ା ଓ ବାଲେଶ୍ବରରେ ପ୍ରଚାର କରିବାକୁ ଥିବାବେଳେ ଆଉ କେଉଁ ନେତା ପ୍ରଚାର ମଇଦାନକୁ ଓହ୍ଲାଇବା ଦରକାର, କର୍ମୀ ଓ ଜନତା କେଉଁ ନେତାଙ୍କୁ ଚାହୁଁଛନ୍ତି ସେନେଇ ପଚାରିଥିଲେ। ଚତୁର୍ଥ ପର୍ଯ୍ୟାୟ ପାଇଁ ମୋଦୀଙ୍କ ସମେତ ଅମିତ ଶାହ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଭଲ କ୍ରେଜ୍ ରହିଥିବାରୁ ଏହି ନେତାଙ୍କୁ ପ୍ରଚାର ପାଇଁ ଆଣିବାକୁ କହିଛନ୍ତି। ଏନେଇ ନଡ୍ଡା ସହମତି ବି ଦେଇଥିବା କୁହାଯାଉଛି।
ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ପ୍ରଭାରୀ ସୁନିଲ ବଂଶଲ, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe