ଧାମନଗରବାସୀ, ବିଜେପି କର୍ମୀଙ୍କୁ ଧନ୍ୟବାଦ ଦେଲେ ନଡ୍ଡା

Advertisment

ଆମର ସମ୍ବଳ ଅଭାବ ପଡ଼ିଲା: କଂଗ୍ରେସ

ଆମର ସମ୍ବଳ ଅଭାବ ପଡ଼ିଲା: କଂଗ୍ରେସ

ହିମାଚଳରୁ ରାଜ୍ୟସଭା ସାଂସଦ ପଦ ଛାଡ଼ିଲେ ଜେପି ନଡ୍ଡା, ଗୁଜରାଟରୁ ରାଜ୍ୟସଭା ସଦସ୍ୟତା ଜାରି ରଖିବେ

indian express

ଭୁବନେଶ୍ବର : ଧାମନଗରରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ବିଜୟୀ ହେବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଟୁଇଟ୍ କରି କହିଛନ୍ତି ଯେ, ବିଜେପି ପ୍ରାର୍ଥୀଙ୍କୁ ଜିତାଇଥିବାରୁ ଦେବତୁଲ୍ୟ ଜନତାଙ୍କ ନିକଟରେ ଋଣୀ, ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ। ଏହି ବିଜୟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଚାଲିଥିବା ଜନକଲ୍ୟାଣକାରୀ ଯୋଜନା ଏବଂ ନୀତି ଉପରେ ଜନତାଙ୍କ ବିଶ୍ବାସର ପ୍ରତୀକ।

ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ସୂର୍ଯ୍ୟବଂଶୀ ସୁରଜଙ୍କ ବିଜୟରେ ଗଣତନ୍ତ୍ରର ବିଜୟ ହୋଇଛି। ଏହି ବିଜୟ ଓଡ଼ିଶା ରାଜନୀତିକୁ ନୂଆ ଦିଗ୍‌ଦର୍ଶନ ଦେବ।

ଅପରପକ୍ଷେ ଆଜି ବିଜେପି ମୁଖ୍ୟାଳୟରେ ବିଜେପି ନେତା ଓ କର୍ମୀମାନେ ବିଜୟ ପର୍ବ ପାଳନ କରିଛନ୍ତି।

ଆମର ସମ୍ବଳ ଅଭାବ ପଡ଼ିଲା: କଂଗ୍ରେସ

ଭୁବନେଶ୍ବର : ଧାମନଗର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବହୁ ପଛରେ ରହିବା ନେଇ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା କହିଛନ୍ତି ଯେ, ଧାମନଗରବାସୀ ଦଳ ଭିତ୍ତିରେ ଭୋଟ୍‌ ଦେଲେ। ଏହି ଉପନିର୍ବାଚନରେ କଂଗ୍ରେସର ସମ୍ବଳର ଅଭାବ ପଡ଼ିଲା। ପିସିସି ସଭାପତି ଶରତ ପଟ୍ଟନାୟକ ସବୁ ନେତାଙ୍କୁ ଏକାଠି କରି ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ବି ସମ୍ବଳ ଅଭାବ ଯୋଗୁଁ ଆମେ ବିଜୟୀ ହୋଇପାରିଲୁନି। ଏହି ଉପନିର୍ବାଚନରୁ ଆମେ ଶିକ୍ଷା ପାଇଲୁ ଯେ କେବଳ ଦଳ ଭିତ୍ତିରେ ନିର୍ବାଚନ ଲଢ଼ିଲେ ହେବନି, ପ୍ରାର୍ଥୀ ଚୟନକୁ ବି ଗୁରୁତ୍ବ ଦେବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe