ଭୁବନେଶ୍ବରରେ ନଡ୍ଡାଙ୍କ ରୋଡ୍ ସୋ

ଭୁବନେଶ୍ବରରେ ନଡ୍ଡାଙ୍କ ରୋଡ୍ ସୋ

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଭୁବନେଶ୍ବରରେ ଏକ ବିଶାଳ ରୋଡ୍ ସୋ କହିଛନ୍ତି। ମାଉସୀ ମା' ମନ୍ଦିର ଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଏହି ରୋଡ୍ ସୋ’ କରାଯାଇଛି। ନଡ୍ଡାଙ୍କ ସହିତ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ଭୁବନେଶ୍ବର ଏକାମ୍ର  ବିଧାୟକ ପ୍ରାର୍ଥୀ ବାବୁ ସିଂ ଏହି ରୋଡ୍ ସୋରେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ,ବୁଧବାର ରାତିରେ ରାଜଧାନୀର ଏକ ହୋଟେଲରେ ସୁଭଦ୍ରା ଯୋଜନା ସମ୍ପର୍କରେ ବିଜେପି ମହିଳା କାର୍ଯ୍ୟକର୍ତ୍ତାଙ୍କ ସହ ସେ ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରରେ ମହିଳାଙ୍କୁ ଅଧିକ ଗୁରୁତ୍ବ ଦିଆଯାଉଥିବା ଏହି ଅବସରରେ ସେ କହିଥିଲେ। ମହିଳାଙ୍କୁ ସୁଭଦ୍ରା ଯୋଜନାରେ ମୋଦୀ ସରକାର ୫୦ ହଜାର ଟଙ୍କାର ଭାଉଚର ଦେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe