ରାଜଧାନୀରେ ନଗଡ଼ା ଚିତ୍ର

Advertisment
ସୁନ୍ଦରଗଡ଼ ଆଉ ଏକ ନଗଡ଼ା! ୫,୬୩୩ ଶିଶୁ ଅପପୁଷ୍ଟିର ଶିକାର

ଭୁବନେଶ୍ୱର, (କ୍ଷିତୀଶ ରାୟ) : ରାଜଧାନୀର ବସ୍ତିରେ ଭରି ରହିଛନ୍ତି ସାମ୍ (ସିଭିୟର ଆକ୍ୟୁଟ୍ ମାଲ୍‌ନ୍ୟୁଟ୍ରେସନ୍‌) ବା ଅପପୁଷ୍ଟି ଶିଶୁ। ଗୋଟିଏ କି ଦୁଇଟି ନୁହେଁ, ପ୍ରାୟ ସବୁ ବସ୍ତିରେ ଏଭଳି ଶିଶୁଙ୍କୁ ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ଘଟଣା କିନ୍ତୁ ସତ। ସାମ୍ ଶିଶୁଙ୍କୁ ନେଇ ଦେଶବ୍ୟାପୀ ଚର୍ଚାକୁ ଆସିଥିବା ଯାଜପୁର ଜିଲ୍ଲାର ‘ନଗଡ଼ା’ର ଚିତ୍ର ଦେଖିବାକୁ ମିଳିଛି ରାଜଧାନୀର ବସ୍ତିରେ। କ୍ୟାପିଟାଲ ହସ୍ପିଟାଲର ଶିଶୁରୋଗ ଓପିଡି ବା ବହିର୍ବିଭାଗରୁ ଏଭଳି ପୁଳା ପୁଳା ଶିଶୁ ରାଜଧାନୀରେ ଥିବା ପୁଷ୍ଟି ସାଧନ କେନ୍ଦ୍ର ବା ଏନ୍‌ଆରସିକୁ ରେଫର ହୋଇଛନ୍ତି। ସୂଚନା ଅଧିକାର ଆଇନ ବଳରେ ଏଭଳି ତଥ୍ୟ ମିଳିଛି।

ଏନ୍‌ଆର୍‌ସିକୁ ଏଭଳି ଅପପୁଷ୍ଟି ଶିଶୁଙ୍କୁ ଆଣିବା ଲାଗି ମୁଖ୍ୟତଃ ୪ ପ୍ରକାରର ବାଟ ରହିଛି। ହସ୍ପିଟାଲ ଓପିଡି, ରାଷ୍ଟ୍ରୀୟ ବାଲ୍‌ ସୁରକ୍ଷା କାର୍ଯ୍ୟକ୍ରମ ବା ଆର୍‌ବିଏସ୍‌କେ, ଭିଏଚ୍‌ଏନ୍‌ଡି ଓ ଆଇସିଡିଏସ୍‌ ଜରିଆରେ ଏନ୍‌ଆ‌ର୍‌ସିକୁ ରେଫର କରାଯାଇ ପାରିବ। ଗତ କିଛିବର୍ଷ ତଳେ ରାଜଧାନୀରେ ଏକ ଏନ୍‌ଆର୍‌ସି (ପୂର୍ବର ଶିଶୁଭବନରେ) ପ୍ରତିଷ୍ଠା କରାଯାଇଛି। ଅନ୍ୟ ୩ଟି କ୍ଷେତ୍ରରୁ ଏନ୍‌ଆର୍‌ସିକୁ କେତେ ଶିଶୁ ଯାଇଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ, କ୍ୟାପିଟାଲ ହସ୍ପିଟାଲର ଶିଶୁରୋଗ ଓପିଡିରୁ ବହୁ ସଂଖ୍ୟାରେ ଅପପୁଷ୍ଟି ଚିହ୍ନଟ ହେବା ସହିତ ଏନ୍‌ଆର୍‌ସିକୁ ରେଫର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe