ନଗଡ଼ା ରାସ୍ତାରେ ଗୁଳି ମାଡ଼ରେ ମୃତ୍ୟୁ ଘଟଣା : ବାର୍‌ହା ଭାବି କାଠୁରିଆଙ୍କୁ ଗୁଳି

ଭାରରେ ବୋହିଲେ ୫ କିଲୋମିଟର, ଜଙ୍ଗଲରୁ ୩ ସାଇକଲ୍‌ ସହ ଚୋରାକାଠ ଜବତ

ପତ୍ନୀଙ୍କୁ ହତ୍ୟାକରି ବିଜେପି ନେତାଙ୍କ ଆତ୍ମହତ୍ୟା

The Sentinel

କାଳିଆପାଣି : ଯାଜପୁର ଜିଲ୍ଲା ନଗଡ଼ା ରାସ୍ତାରେ ଗୁଳି ଫୁଟିବା ଘଟଣା ଉପରୁ ପରଦା ହଟାଇବାରେ ପୁଲିସ ସଫଳ ହୋଇଛି। କାଳିଆପାଣି ଥାନା ପୁଲିସ ସୂଚନା ଅନୁସାରେ ଗୁଳି ମାଡ଼ରେ ମୃତ ବ୍ୟକ୍ତି ପ୍ରକୃତରେ ଚାଷୀ ନଥିଲେ। ସେ ଜଣେ କାଠୁରିଆ। ବାର୍‌ହା ଭାବି ଶିକାରୀ ଗୁଳି ଚଳାଇବାରୁ କାଠୁରିଆ ଗୋବିନ୍ଦ ବେହେରାଙ୍କ ଜୀବନ ଚାଲିଯାଇଥିଲା। ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତ ଶିକାରୀକୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି କାଳିଆପାଣି ପୁଲିସ କହିଛି।

ଢେଙ୍କାନାଳ ଜିଲ୍ଲା କୁନିନ୍ଦା ଗାଁର ଗୋବିନ୍ଦ ନିଜ ଗାଁର ଦୁଇ ସହଯୋଗୀ ଚହଲି ସେଠୀ ଓ ଚଗଲି ଦାସଙ୍କ ସହିତ କାଠ ନେବାକୁ ଗତ ୭ ତାରିଖ ସନ୍ଧ୍ୟାରେ ୩ ଟି ସାଇକଲରେ ପାଟଣା ରାଜସ୍ବ ମୌଜାର ଦଲକସାହି ନଳାଘାଟି ପାହାଡ଼କୁ ଯାଇଥିଲେ। ଦୈତାରୀ ପାହାଡ଼ରୁ ତିନିହେଁ ତିନିଟି ସିଲପଟ୍‌ (ସାଇଜ୍‌ କାଠ) ସାଇକଲରେ ବାନ୍ଧି ଘରକୁ ଫେରୁଥିଲେ। ଏହି ସମୟରେ ଜଙ୍ଗଲରେ ବାର୍‌ହା ଶିକାରୀ ମଧ୍ୟ ଶିକାର ସନ୍ଧାନରେ ଥିଲେ। ରାତିର ଅନ୍ଧକାରରେ ତିନି କାଠୁରିଆଙ୍କୁ ସେମାନେ ବାର୍‌ହା ବୋଲି ଧରି ନେଇଥିଲେ। ଜଣେ ଶିକାରୀ ଏକ ଦେଶୀ ଠେସା ବନ୍ଧୁକରୁ ଆଖିବୁଜା ଗୁଳି ଚଳାଇଥିଲା। ଗୋଟିଏ ଗୁଳି ଗୋବିନ୍ଦଙ୍କ ପେଟରେ ବାଜିଥିଲା। ଗୋବିନ୍ଦ ଚିତ୍କାର କରି ଟଳିପଡ଼ିଥିଲେ। ଏହା ଦେଖି ଶିକାରୀମାନେ ଚମ୍ପଟ ମାରିଥିଲେ। ଅନ୍ୟପଟେ ଦୁଇ କାଠୁରିଆ କାଠବନ୍ଧା ସାଇକଲ୍‌ ପକାଇ ଦେଇ ଏକ ଲମ୍ବା କାଠରେ ଚାଦର ବାନ୍ଧି ଝୁଲା କରିଥିଲେ। ସେଥିରେ ଗୋବିନ୍ଦଙ୍କୁ ଧରି କାନ୍ଧରେ ବୋହି ପାଖାପାଖି ୫ କିଲୋମିଟର ଦୂର ପାଟଣା ଗାଁ ଛକ ପର୍ଯ୍ୟନ୍ତ ବୋହି ନେଇଥିଲେ। ଧରାପଡ଼ିଯିବା ଭୟରେ ୧୦୮ ଆମ୍ବୁଲାନ୍ସକୁ ନଜଣାଇ ୨୫ କିଲୋମିଟର ଦୂର କୁନିନ୍ଦା ଗାଁରୁ ଏକ ବୋଲେରୋ ଗାଡ଼ି ମଗାଇଥିଲେ। ତାଙ୍କୁ ପ୍ରଥମେ ଭୁବନ, ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ମାତ୍ର ପହଞ୍ଚିଲା ବେଳକୁ ଗୋବିନ୍ଦଙ୍କ ମୃତ୍ୟୁ ହୋଇସାରିଥିଲା।

ଗୁଳିମାଡ଼ ଘଟଣାକୁ କାଳିଆପାଣି ଓ ଭୁବନ ପୁଲିସ ଗମ୍ଭୀରତାର ସହ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ସମୟରେ ଦୁଇ ପ୍ରତ୍ୟକ୍ଷଦର୍ଶୀ ଚହଲି ଓ ଚଗଲି ତଥା ମୃତ ଗୋବିନ୍ଦଙ୍କ ପୁଅ ମାନସଙ୍କ କଥାରେ ଆଦୌ ତାଳମେଳ ନଥିବା ସ୍ପଷ୍ଟ ହୋଇଥିଲା। ତିନି ସାଥୀ ନିୟମିତ ଜଙ୍ଗଲକୁ ଯାଇ କାଠ କାଟିଥାନ୍ତି। ତିନିହେଁ ସେଦିନ ୩ଟି ସାଇକଲ୍‌ ଧରି ଗାଁରୁ ବାହାରିଥିବା ସୂଚନା ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe