ନାଗାଜୁର୍ନ ବେଶ ଓଲାଗି ନୀତି ସଂପନ୍ନ, ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ସାଇତା ହେବ ବେଶ

Advertisment
ନାଗାଜୁର୍ନ ବେଶ ଓଲାଗି ନୀତି ସଂପନ୍ନ, ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ସାଇତା ହେବ ବେଶ

ପୁରୀ: ଦୀର୍ଘ ୨୬ବର୍ଷ ପରେ ମହାପ୍ରଭୁଙ୍କ ନାଗାଜୁର୍ନ ବେଶ ଅନୁଷ୍ଠିତ ହେବା ପରେ ଆଜି ଅପରାହ୍ନରେ ପରମ୍ପରା ମୁତାବକ 'ବେଶ ଓଲାଗି' କରାଯାଇଛି। ସୂଚନା ଅନୁସାରେ, ଅପରାହ୍ନ ୪ଟାରେ ତିନିଦିଅଁଙ୍କଠାରେ ଲାଗି ହୋଇଥିବା ନାଗାଜୁର୍ନ ବେଶକୁ ଓହ୍ଲାଇ ଅଣାଯାଇଛି। ଏହାକୁ ଶ୍ରୀମନ୍ଦିରର ପାରମ୍ପରିକ ଭାଷାରେ ବେଶ ଓଲାଗି ନୀତି କୁହାଯାଇଥାଏ। ଏହାପୂର୍ବରୁ ସକାଳ ଧୂପ, ବାଳଭୋଗ ଓ ଭୋଗ ମଣ୍ଡପ ନୀତି ମଧ୍ୟ ଅନୁଷ୍ଠିତ ହୋଇଯାଇଛି।

ପୂର୍ବ ପ୍ରଚଳିତ ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ନାଗାଜୁର୍ନ 'ବେଶ ଓଲାଗି' ହେବା ପରେ ଏହାକୁ ଯଜମାନ ତଥା ବେଶ ପ୍ରସ୍ତୁତକାରୀମାନେ ନେଇ ଯାଇଥାଆନ୍ତି। ମାତ୍ର ଚଳିତ ବର୍ଷ ଏହି ବିରଳ ବେଶ ଶ୍ରୀମନ୍ଦିର ପ୍ରଶାସନର ତତ୍ତ୍ବାବଧାନରେ ରହିବ। ଏହାକୁ ଜଗନ୍ନାଥ ବଲ୍ଲଭଠାରେ ନିର୍ମିତ ହେଉଥିବା ସଂଗ୍ରହାଳୟରେ ରଖାଯିବ। ଯେହେତୁ କୋଭିଡ କଟକଣା ପାଇଁ ଶ୍ରୀମନ୍ଦିର ଜନସାଧାରଣଙ୍କ ଲାଗି ବନ୍ଦ ରହିଛି, ତେଣୁ ଏହାକୁ ପରବର୍ତ୍ତୀ ସମୟରେ ଭକ୍ତ-ଶ୍ରଦ୍ଧାଳୁଙ୍କ ଦର୍ଶନ ଲାଗି ସାଇତା ଯିବା ଲାଗି ନିଷ୍ପତ୍ତି ହୋଇଥିବା କୁହାଯାଇଛି। ଅନ୍ୟପକ୍ଷରେ ପରମ୍ପରା ଅନୁସାରେ ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଉଣା ପ୍ରଦାନ କରାଯିବ। ତ‌େବେ ଏହି ପାଉଣାର ପରିମାଣ ଏଯାବତ୍ ସ୍ଥିରୀକୃତ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe