ଆଫ୍ରିକାର କିଲିମାଞ୍ଜାରୋ ଶୃଙ୍ଗରେ ‘ନାଗାର୍ଜୁନ ବେଶ’ ପଟ୍ଟଚିତ୍ର ପ୍ରଦର୍ଶନ କଲେ ଓଡ଼ିଆ ପୁଅ ଚିନ୍ମୟ

ସୌମ୍ୟ

ଆଫ୍ରିକାର କିଲିମାଞ୍ଜାରୋ ଶୃଙ୍ଗରେ ‘ନାଗାର୍ଜୁନ ବେଶ’ ପଟ୍ଟଚିତ୍ର ପ୍ରଦର୍ଶନ କଲେ ଓଡ଼ିଆ ପୁଅ ଚିନ୍ମୟ

ପୁରୀ: ଆଫ୍ରିକାର ପ୍ରସିଦ୍ଧ କିଲିମାଞ୍ଜାରୋ ଶୃଙ୍ଗରେ ମହାପ୍ରଭୁଙ୍କ ‘ନାଗାର୍ଜୁନ ବେଶ’ର ପଟ୍ଟଚିତ୍ର ପ୍ରଦର୍ଶିତ ହୋଇଛି। ଓଡ଼ିଆ ପୁଅ ଚିନ୍ମୟ ମହାରଣାଙ୍କ ଦୃଢ଼ ମନୋବଳ ଯୋଗୁଁ ଏହି କାମ ହୋଇପାରିଛି।

ସୂଚନା ଅନୁସାରେ ପୁରୀ ଜିଲ୍ଲା ରଘୁରାଜପୁରର ଯୁବ ପର୍ବାତାରୋହୀ ଚିନ୍ମୟ ମହାରଣା ଦକ୍ଷିଣ ଆଫ୍ରିକାର କିଲିମାଞାରେ ପର୍ବତ ଶୃଙ୍ଗ ଆରୋହଣ କରି ମହାପ୍ରଭୁ ଜଗନ୍ନାଥଙ୍କ ‘ନାଗାର୍ଜୁନ ବେଶ’ର ପଟ୍ଟଚିତ୍ର ପ୍ରଦର୍ଶନ କରିଛନ୍ତି। ଗୁରୁବାର ଦିନ ଚିନ୍ମୟ ଏହି ଶୃଙ୍ଗ ଆରୋହଣ କରି ନାଗାର୍ଜୁନ ବେଶ ସହ ଜାତୀୟ ପତାକା ପ୍ରଦର୍ଶନ କରିଥିଲେ। ଏହି ଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ଓଏମ୍‌ସି (ଓଡ଼ିଶା ମାଇନ୍ସ କର୍ପୋରେସନ) ଓ ପୁରୀ ଜିଲ୍ଲା ପ୍ରଶାସନ ଚିନ୍ମୟଙ୍କୁ ଆର୍ଥିକ ସହଯୋଗ କରିଥିଲେ। ଚିନ୍ମୟ ଚଳିତ ମାସ ୩ ତାରିଖରେ ଦକ୍ଷିଣ ଆଫ୍ରିକାର କିଲିମାଞାରୋ ଶୃଙ୍ଗର ୧୯,୩୪୧ ଫୁଟ ଆରୋହଣ କରିବା ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଥିଲେ। ଏହି ସଫଳତା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ଚିନ୍ମୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe