Advertisment

ଭତ୍ତା ପାଇଁ ନାକେଦମ୍‌: ଟ୍ରଲିରେ ବୁହା ହେଲେ ୯୫ ବର୍ଷର ବୃଦ୍ଧା

Advertisment
ଭତ୍ତା ପାଇଁ ନାକେଦମ୍‌: ଟ୍ରଲିରେ ବୁହା ହେଲେ ୯୫ ବର୍ଷର ବୃଦ୍ଧା

ପାରଳାଖେମୁଣ୍ଡି: ଡିବିଟି ବ୍ୟବସ୍ଥା ବନ୍ଦ କରି ପୁଣି ହିତାଧିକାରୀଙ୍କ ହାତରେ ବାର୍ଦ୍ଧକ୍ୟ ଭତ୍ତା ଦେବା ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଯେଉଁ ହିତାଧିକାରୀ ଚାଲି ପାରୁନାହାନ୍ତି ସେମାନଙ୍କୁ ଘରେ ଭତ୍ତା ଟଙ୍କା ଦିଆଯିବା ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି। ହେଲେ ଆଜି ଜଣେ ୯୫ ବର୍ଷର ବୃଦ୍ଧାଙ୍କୁ ଭତ୍ତା ପାଇବା ପାଇଁ ନାକେଦମ ହେବାକୁ ପଡ଼ିଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ୱାର୍ଡ଼ ନମ୍ବର ୧୨ର ଲବଙ୍ଗ ଗୟାଙ୍କୁ ତିନିମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ମିଳିନଥିଲା। ଆଜି ତାଙ୍କ ସମ୍ପର୍କୀୟ ଏକ ଟ୍ରଲିରେ ତାଙ୍କୁ ବୋହି ପ୍ରଥମେ ବ୍ୟାଙ୍କ ଓ ପରେ ପୌରପାଳିକା କାର୍ଯ୍ୟାଳୟକୁ ଆଣିବା ପରେ ତାଙ୍କୁ ଭତ୍ତା ଟଙ୍କା ମିଳିଛି।

ବୟସାଧିକ କାରଣରୁ ଲବଙ୍ଗ ଏବେ ଚାଲିବାକୁ ଅକ୍ଷମ। ଫଳରେ ସେ ଭତ୍ତା ଆଣିବା ପାଇଁ ଆଉ ଯାଇପାରୁ ନାହାନ୍ତି। ସେ ମାସିକ ବାର୍ଦ୍ଧକ୍ୟ ଭତ୍ତା ପାଇ ନଥିବାରୁ କର୍ତ୍ତୃପକ୍ଷଙ୍କୁ ଅବଗତ କରା ଯାଇଥିଲା, ତଥାପି କେହି ଶୁଣି ନଥିଲେ। ଆଜି ତାଙ୍କୁ ଏକ ଟ୍ରଲିରେ ପ୍ରଥମେ ବ୍ୟାଙ୍କକୁ ନିଆଯାଇଥିଲା। ହେଲେ ବ୍ୟାଙ୍କ ତାଙ୍କୁ ପୌରପାଳିକାକୁ ପଠାଇ ଦେଇଥିଲେ। ପରେ ବୃଦ୍ଧାଙ୍କ ଝିଅ ଡାଳିମ୍ବ ବେଣିଆ ଟ୍ରଲିରେ ଲବଙ୍ଗଙ୍କୁ ବୋହି ନେଇ ପୌର ପରିଷଦ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଲବଙ୍ଗଙ୍କୁ ବକେୟା ଭତ୍ତା ଟଙ୍କା ମିଳିଥିଲା। ଏ ସମ୍ପର୍କରେ ପାରଳା ପୌରପାଳିକାର ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ କହିଛନ୍ତି ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe