ରାମାଗୁଡା ଜଂଗଲରେ ବାର୍ଷିକୀ ପାଳନ କଲେ ନକ୍ସଲ

ମୃତ ନକ୍ସଲ କମାଣ୍ଡର ମୁନ୍ନାର ମା’ ପଦ୍ମା ଉପସ୍ଥିତ

ରାମାଗୁଡା ଜଂଗଲରେ ବାର୍ଷିକୀ ପାଳନ କଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳର ରାମାଗୁଡା ଜଂଗଲରେ ହୋଇଥିବା ଏନକାଉଣ୍ଟରର ବାର୍ଷିକୀ ପାଳନ କରିଛି ନକ୍ସଲ ସଂଗଠନ। ଏହି କାର୍ଯ୍ୟକ୍ରମରେ ୪ ରାଜ୍ୟର ନକ୍ସଲ ଯୋଗଦେବାର ସୂଚନା ମିଳିଥିଲା। ତେବେ କେଉଁମାନେ ଯୋଗ ଦେଇଥିଲେ ସ୍ପଷ୍ଟ ହୋଇପାରିନି। ତେବେ ଏନ୍‌କାଉଣ୍ଟରରେ ମୃତ ନକ୍ସଲ କମାଣ୍ଡର ମୁନ୍ନାଙ୍କ ମା’ ତଥା  ନକ୍ସଲ ନେତା ରାମକ୍ରିଷ୍ଣାଙ୍କ ପତ୍ନୀ ପଦ୍ମା ଯୋଗ ଦେଇଥିଲେ ବୋଲି ସୂଚନା ମିଳିଛି। ଗତବର୍ଷ ଆଜିର ଦିନରେ ଆନ୍ଧ୍ର ଗ୍ରେହାଉଣ୍ଡ ଏବଂ ମାଲକାନଗିରି ପୁଲିସର ମିଳିତ ଅପରେସନ୍‌ରେ ୩୦ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ତେଣୁ ମୃତ ନକ୍ସଲଙ୍କ ସ୍ମୃତିଚାରଣ ପାଇଁ ରାମାଗୁଡ଼ା ଜଂଗଲରେ ବାର୍ଷିକୀ ପାଳନ ପାଇଁ ବହୁ ପୂର୍ବରୁ ଯୋଜନା ହୋଇଥିଲା। ଏଥିସହ ବଡ଼ଧରଣର ଅଘଟଣ ଘଟେଇ ପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ତେବେ ଏହି ଦିବସ ପୂର୍ବରୁ ନକ୍ସଲ ଚିତ୍ରକୋଣ୍ଡା ସ୍ପଲ୍‌େଓ୍ଵ ଘାଟରେ ଜଣେ ବୋଟ୍‌ ଡ୍ରାଇଭରଙ୍କୁ ହତ୍ୟା କରି ପୁଲିସକୁ ଚ୍ୟାଲେଞ୍ଚ କରିଥିଲେ।

ରାମାଗୁଡ଼ା ଜଂଗଲରେ ନକ୍ସଲ ପୂର୍ବରୁ ସହିଦ ସ୍ତମ୍ଭ ନିର୍ମାଣ କରିବା ସହ ସେଠାରେ ମୃତ ନକ୍ସଲଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ନକ୍ସଲଙ୍କ ଏହି ସହିଦ୍‌ ପୀଠରେ ଆଜି ହଜାର ହଜାର ଲୋକେ ଏକତ୍ରୀତ ହୋଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଯୋଗଦେବା ପାଇଁ ବହୁ ଟପ୍‌ କ୍ୟାଡର ନକ୍ସଲ ଆସିଥିବା ସୂଚନା ମିଳିଛି। ଏହି ଏନକାଉଣ୍ଟରର ଜବାବ ଦେବା ପାଇଁ ସମେସ୍ତ ଶପଥ ନେଇଥିବା  ଜଣାପଡିଛି। ଲୋକଙ୍କୁ ନକ୍ସଲ ସଂଗଠନରେ ସାମିଲ ହେବା  ପାଇଁ ଆହ୍ଵାନ ଦିଆଯାଇଥିଲା। ଚିତ୍ରକୋଣ୍ଡାକୁ ନକ୍ସଲ ଗଡରେ ପରିଣତ କରିବା ଏବଂ ଏଠାରେ ନିର୍ବାଚନ କରାଇ ନଦେବା ପାଇଁ ପ୍ରବର୍ତ୍ତାଇ ଥିଲେ।

ଏହି ଦିବସ ପାଳନ ସଂପର୍କରେ ପୁଲିସ ପାଖଷର ସ୍ପଷ୍ଟ ସୂଚନା ଥିଲେ ମଧ୍ୟ କେହି ସେଠାକୁ ଯାଇ ନାହାନ୍ତି। ଘଂଚ ଜଂଗଲ ଭିତରେ ଏହି କାର୍ଯ୍ୟକ୍ରମ ହେଉଥିବା ଏବଂ ରାସ୍ତାରେ ଲ୍ୟାଣ୍ଡମାଇନ୍‌ ଖଞ୍ଜା ଯାଇଥିବାର ଆଶଙ୍କା ରହିଥିବାରୁ ସୁରକ୍ଷା କର୍ମୀ ଯାଇ ନଥିବା ଜଣାପଡିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe