ବଘିଅପଡ଼ା : ବୁଟୁପାଲି-ବଘିଆପଡ଼ା ୧୮ କିମି ପୂର୍ତ୍ତ ବିଭାଗ ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଚାଲିଛି। ଏହି ରାସ୍ତା କାମ ଏଆରଏସ୍ଏସ୍ ଠିକା ସଂସ୍ଥା କରୁଛି। ତେବେ ଠିକାସଂସ୍ଥା ଗାଁର ପାଣି ନିଷ୍କାସନ ପାଇଁ ରାସ୍ତା କଡ଼ରେ ଥିବା ଡ୍ରେନ ପୋତି ଦେଇଥିବାରୁ ସାମାନ୍ୟ ବର୍ଷାରେ ପାଣି ନିଷ୍କାସନ ହୋଇ ନପାରି ଜମି ରହୁଛି। ଫଳରେ ନକୁଆନାଳି ଗ୍ରାମବାସୀ ଜଳ ଘରରେ ରହିଛନ୍ତି। ଏନେଇ ପୂର୍ବରୁ ଗ୍ରାମବାସୀ ଅନେକ ଥର ଠିକା ସଂସ୍ଥାକୁ ଅଭିଯୋଗ କରିଥିଲେ ମଧ୍ୟ କିଛି ଲାଭ ହୋଇନାହିଁ। ତୁରନ୍ତ ଏହାର ପ୍ରତିକାର ନକଲେ ଗ୍ରାମବାସୀ ନିର୍ମାଣ କରିଥିବା ପିଚୁ ରାସ୍ତାକୁ କାଟି ଦେବାକୁ ଚେତାବନୀ ଦେଇଛନ୍ତି।
ପାଣି ଘେରରେ ନକୁଆନାଳି ଗ୍ରାମବାସୀ
Advertisment
Follow Us