୪୦ବର୍ଷ ଦେଶ ସେବା କରି ଘରକୁ ଫେରିଲେ ନକୁଳ: ଜନ୍ମମାଟିରେ ଗ୍ରାମବାସୀଙ୍କ ଭବ୍ୟ ସ୍ୱାଗତ

ଦେଶର ସେବା କରିବା ପାଇଁ ଦୃଢ଼ ଇଛାଶକ୍ତି ଏବଂ ସାହସର ସହିତ ଦୀର୍ଘ ୪୦ ବର୍ଷ ଦେଶ ସେବା କରି ଅବସର ନେବା ପରେ ନିଜ ଜନ୍ମ ମାଟିକୁ ଫେରିଛନ୍ତି କଳିଙ୍ଗା ମାଟିର ବୀର ସନ୍ତାନ ନକୁଳ ମଲ୍ଲିକ...

Nakula returns home after serving the country for 40 years: Villagers give him a grand welcome in his native land

Nakula returns home after serving the country for 40 years: Villagers give him a grand welcome in his native land Photograph: (sambad.in )

ଘୁ.ଉଦୟଗିରି: ଦେଶର ସେବା କରିବା ପାଇଁ ଦୃଢ଼ ଇଛାଶକ୍ତି ଏବଂ ସାହସର ସହିତ ଦୀର୍ଘ  ୪୦ ବର୍ଷ ଦେଶ ସେବା କରି ଅବସର ନେବା ପରେ ନିଜ ଜନ୍ମ ମାଟିକୁ ଫେରିଛନ୍ତି କଳିଙ୍ଗା ମାଟିର ବୀର ସନ୍ତାନ ନକୁଳ ମଲ୍ଲିକ।

ମହାଆଡମ୍ବରରେ ବାଣ ଫୁଟାଇ ବାଜା ବଜାଇ ନାଚିନାଚି ଖୁସିରେ ନକୁଳଙ୍କୁ କଳିଙ୍ଗାବାସୀ ସ୍ବାଗତ କରିଛନ୍ତି।  କଳିଙ୍ଗା ଡିଏଭିଠାରୁ କଳିଙ୍ଗା ଛକ ଦେଇ ବାବା ଛକ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା କରାଯାଇଥିଲା।

ଅଧିକ ପଢ଼ନ୍ତୁ: ରାଜ୍ୟରେ କୋଭିଡ ପଜିଟିଭ ସଂଖ୍ୟା ୧୫କୁ ବୃଦ୍ଧି: ବ୍ୟସ୍ତ ନହେବାକୁ ପରାମର୍ଶ ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ନକୁଳ ମଲ୍ଲିକ ସିଆରପିଏଫରେ ଇନ୍ସପେକ୍ଟର/ ଜିଡି ଭାବେ ୨୬.୦୬.୧୯୮୫ ଠାରୁ ୩୧.୦୫.୨୦୨୫ ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ରହି ନିଷ୍ଠାର ସହ ଦେଶ ପାଇଁ କର୍ତ୍ତବ୍ୟ କରି ଅବସର ପରେ ନିଜ ଜନ୍ମମାଟିରେ ପହଞ୍ଚିଥିଲେ। ନିଜ ଜନ୍ମମାଟିର ବାସିନ୍ଦା ତାଙ୍କୁ ଯେଉଁ ସମ୍ମାନ ଦେଇଛନ୍ତି ସେଇ ସମ୍ମାନ ତାଙ୍କ ପାଇଁ ଏକ ଅମୂଲ୍ୟ ଉପହାର ଏହା ଠାରୁ ଆଉ ବଡ଼ କିଛି ନାହିଁ ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ଦିନିକିଆ କ୍ରିକେଟରୁ ଅବସର ଘୋଷଣା କଲେ ଗ୍ଲେନ୍ ମାକ୍ସୱେଲ

 Kandhamal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe