ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ଘଟଣା : ନାଲ୍‌କୋର ୩ ଯନ୍ତ୍ରୀ ଗିରଫ

ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ନାଲ୍‌କୋନଗର : ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ନାଲ୍‌କୋନଗର ଥାନା ଅନ୍ତର୍ଗତ ‘ଭୋଜନ ବାର୍‌ ହୋଟେଲ୍‌’ରେ ଗତକାଲି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ନାଲ୍‌କୋର ୩ଜଣ ଯନ୍ତ୍ରୀଙ୍କୁ ଗିରଫ କରିଛି। ଗିରଫ ଅଧିକାରୀ ୩ ଜଣ ହେଉଛନ୍ତି ନଳିନୀକାନ୍ତ ଉପାଧ୍ୟାୟ(୫୭), ଅନୁରାଗ ସିହ୍ନା(୨୯) ଓ ଶିବକାନ୍ତ ବର୍ମା(୨୮)।

ପୁଲିସ ସୂତ୍ରରୁ ପ୍ରକାଶ, କାଣ୍ଡଶର ଗାଁର ଦୁଇ ଯୁବକ ସୁମନ୍ତ ପ୍ରଧାନ ଓ ଅନନ୍ତ ସାହୁ ଗତକାଲି ଅପରାହ୍ଣ ସାଢ଼େ ୩ଟାବେଳେ ଏହି ହୋଟେଲ୍‌ରେ ଖାଇବାକୁ ବସିଥିଲେ। ନାଲ୍‌କୋର ଉପରୋକ୍ତ ୩ଜଣ ଅଧିକାରୀ ପହଞ୍ଚି ସୁମନ୍ତ ଓ ଅନନ୍ତଙ୍କୁ ଖାଦ୍ୟ ମଗାଇଥିଲେ। ତେବେ ସେ ହୋଟେଲ୍‌ ବୟ ନୁହନ୍ତି ବୋଲି ସୁମନ୍ତ କହିଥିଲେ। ଏହା ସତ୍ତ୍ବେ ସେମାନେ ଖାଦ୍ୟ ଆଣିବାକୁ ବାରମ୍ବାର ଉଭୟଙ୍କୁ କହିଥିଲେ। ଏ ନେଇ ବଚସା ହେବାରୁ ଅଧିକାରୀମାନେ ଉତ୍‌କ୍ଷିପ୍ତ ହୋଇ ସୁମନ୍ତଙ୍କୁ ବାହାରକୁ ଘୋଷାଡ଼ି ଆଣି ଆକ୍ରମଣ କରିଥିଲେ। ସୁମନ୍ତ ଏକ ନିର୍ମାଣାଧୀନ କୋଠା ଆଡ଼କୁ ପ୍ରାଣ ବିକଳରେ ଦୌଡ଼ି ପଳାଇବା ସମୟରେ ଅଧିକାରୀମାନେ ସେଠାରେ ପଡ଼ିଥିବା ଲୁହାଛଡ଼ରେ ସୁମନ୍ତଙ୍କୁ ଶକ୍ତ ଆଘାତ କରିଥିଲେ। ଫଳରେ ସୁମନ୍ତଙ୍କ ମୁହଁରେ ଗଭୀର ଆଘାତ ଲାଗିଥିଲା। ହୋଟେଲ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ନାଲ୍‌କୋ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଏ ସଂପର୍କରେ ସୁମନ୍ତ ନାଲ୍‌କୋ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe