ନାଲ୍‌କୋ ସିପିପି ବଏଲ୍‌ ସୁପର୍‌ଭାଇଜରଙ୍କ ମୃତ୍ୟୁ

ନାଲ୍‌କୋ ସିପିପି ବଏଲ୍‌ ସୁପର୍‌ଭାଇଜରଙ୍କ ମୃତ୍ୟୁ

ଅନଗୁଳ: ସୋମବାର ସକାଳେ ନାଲ୍‌କୋ ସିପିପି ବଏଲ୍‌ ମିଲ୍‌ର ସୁପର୍‌ଭାଇଜର୍‌ ସୁଶାନ୍ତ ସାହୁଙ୍କର ପ୍ଲାଣ୍ଟ୍‌ ଭିତରେ ମୃତ୍ୟୁ ଘଟିଛି।

ସବୁଦିନ ପରି ଶ୍ରୀ ସାହୁ କାମକୁ ଆସି ସକାଳ ସାଢ଼େ ଦଶଟା ବେଳେ ପ୍ଲାଣ୍ଟ୍‌ ଭିତରକୁ ଯାଇଥିଲେ। କୌଣସି କାରଣରୁ ସେ ହଠାତ୍‌ ତଳେ ପଡ଼ି ଯାଇଥିଲେ।

ଉପସ୍ଥିତ ଅନ୍ୟ କର୍ମଚାରୀମାନେ ତାଙ୍କୁ ତୁରନ୍ତ ନାଲ୍‌କୋ ଡାକ୍ତରଖାନାକୁ ନେଇଥିଲେ, କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ତାଙ୍କ ମୃତ୍ୟୁ ଘଟଣା ଜଣାପଡ଼ିବା ପରେ ନାଲ୍‌କୋର ସମସ୍ତ ପଦାଧିକାରୀ ଘଟଣାସ୍ଥଳକୁ ଯାଇଥିଲେ। ମୃତ୍ୟୁର ବାସ୍ତବ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବା ପରେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଜଣାପଡ଼ିବ।

ତାଙ୍କର ଅସ୍ୱାଭାବିକ ମୃତ୍ୟୁ ଯୋଗୁଁ ସାଧାରଣରେ ତଥା ପରିବାର ସଦସ୍ୟଙ୍କ ମନରେ ସନ୍ଦେହ ଜନ୍ମିଛି। କ୍ଷତିପୂରଣ ବାବଦରେ ପରିବାର ଲୋକେ ୧୫ ଲକ୍ଷ ଟଙ୍କା ଦାବି କରୁଛନ୍ତି। ନାଲ୍‌କୋର ପଦସ୍ଥ ଅଧିକାରୀମାନେ ସେମାନଙ୍କୁ ବୁଝାସୁଝା କରାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe