ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ ୨୦୧୮ : ନାଲକୋ ଶ୍ରେଷ୍ଠ ପିଏସୟୁ, ବୃହତ ଶିଳ୍ପ ବର୍ଗରେ ଜିତିଲେ ଫାଲକନ ଓ ଇମ୍ଫା

‘ସମ୍ବାଦ’ କର୍ପୋରେଟ ଏକ୍ସିଲେନ୍ସ ଆଓ୍ଵାର୍ଡ ପ୍ରଦାନ ପରେ ପୁରସ୍କାର ବିଜେତାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(ଅପର୍ତ୍ତି)

ଭୁବନେଶ୍ୱର : ଆଜି ଏଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ବର୍ଷ ୨୦୧୮ର ବ୍ରାଣ୍ଡସ ଅଫ ଓଡ଼ିଶା ପ୍ରାଇଡ୍‌ ଅଫ ଇଣ୍ଡିଆ : ସମ୍ବାଦ କର୍ପୋରେଟ ଏକ୍ସଲେନ୍ସ ଆଓ୍ଵାର୍ଡ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଭିନ୍ନ ବର୍ଗରେ ବିଜୟୀ ଶିଳ୍ପ ସଂସ୍ଥାମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ପିଏସୟୁ ବା ରାଷ୍ଟ୍ରାୟତ ଶିଳ୍ପ ସଂସ୍ଥା ବର୍ଗରେ ନାଲକୋ ପ୍ଲାଟିନମ ପୁରସ୍କାର ଲାଭ କରିଥିବାବେଳେ ଏମସିଏଲ ଗୋଲ୍ଡ ଓ ଓଏମସି ସିଲଭର ପୁରସ୍କାର ହାସଲ କରିଛି ।
ସେହିପରି ବୃହତ ଶିଳ୍ପ ବର୍ଗରେ ଫାଲକନ ଗ୍ରୁପ ପ୍ଲାଟିନମ ପୁରସ୍କାର ପାଇଥିବାବେଳେ ଇମ୍ଫା ଗୋଲ୍ଡ ଓ ମେଫେୟାର ଗ୍ରୁପ ସିଲଭର ପୁରସ୍କାର ପାଇଛନ୍ତି ।

publive-image

ମଧ୍ୟମ ଶିଳ୍ପ ବର୍ଗରେ ମିଲ୍କ ମନ୍ତ୍ର ପ୍ଲାଟିନମ ପୁରସ୍କାର ଓ ଜୟ ଭାରତ ସ୍ପାଇସେସ ଗୋଲ୍ଡ ପୁରସ୍କାର ଓ ଏମପାଓ୍ଵାର ଟ୍ରାନ୍ସ ସିଲଭର ପୁରସ୍କାର ପାଇଛନ୍ତି । ସେହିପରି କ୍ଷୁଦ୍ର ଶିଳ୍ପ ବର୍ଗରେ ଓଡି ରେ ପ୍ଲାଟିନମ, ମଡର୍ଣ୍ଣ ଟେଷ୍ଟ ସେଣ୍ଟର ଗୋଲ୍ଡ ଏବଂ ୟୁନିକ୍‌ ପାଓ୍ଵାର ଜେନେରେସନ୍ସ ସିଲଭର ପୁରସ୍କାର ପାଇଛନ୍ତି । ଅନ୍ୟପକ୍ଷରେ ଉଦୀୟମାନ ଶିଳ୍ପ ବର୍ଗରେ ବନକାରୀ ଇଣ୍ଡିଆ ପ୍ଲାଟିନମ ଓ ଅରୋଇନ ଇନଫୋଟେକ୍‌ ଗୋଲ୍ଡ ପୁରସ୍କାର ଜିତିଛନ୍ତି ।

ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮ର ଅଭିଯାନ ଆନୁଷ୍ଠାନିକ ଭାବେ ଗତବର୍ଷ ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିଲା । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରି ରାଜ୍ୟ ତଥା ରାଜ୍ୟ ବାହାରେ ବ୍ୟବସାୟକୁ ପ୍ରସାରିତ କରିଥିବା ସଫଳ ଉଦ୍ୟୋଗୀମାନଙ୍କଠାରୁ ପୁରସ୍କାର ପାଇଁ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସାର୍ବଜନୀନ ସାଧାରଣ ଉଦ୍ୟୋଗ(ପିଏସ୍ୟୁ), ବୃହତ, ମଧ୍ୟମ, କ୍ଷୁଦ୍ର ଏବଂ ଏମର୍ଜିଂ ଆଦି ୫ଟି ବର୍ଗରେ ଶ୍ରେଷ୍ଠ ବିବେଚିତ ୩ଟି ଲେଖାଏଁ ଉଦ୍ୟୋଗକୁ ପ୍ଲାଟିନମ୍, ଗୋଲ୍ଡ ଏବଂ ସିଲ୍ଭର ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା।

‘ସମ୍ବାଦ’ ପକ୍ଷରୁ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ପୁରସ୍କାର ପାଇଁ ଉଦ୍ୟୋଗୀମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ପୁରସ୍କାର ପ୍ରକ୍ରିୟାରେ ଭାଗ ନେବା ପାଇଁ ବହୁ ସଂଖ୍ୟକ ଉଦ୍ୟୋଗୀ ପଞ୍ଜୀକରଣ କରିଥିଲେ। ପ୍ରତ୍ୟେକ ବର୍ଗରେ ଆବେଦନଗୁଡ଼ିକ ହସ୍ତଗତ ହେବା ପରେ ଏକ ୩ ଜଣିଆ ବିଜ୍ଞ ଓ ସୁଦକ୍ଷ ବିଚାରକମଣ୍ଡଳୀ ଏହି ଆବେଦନଗୁଡ଼ିକୁ ବିଶ୍ଳେଷଣ କରି ପ୍ରତ୍ୟେକ ବିଭାଗରେ ୩ ଜଣ ଲେଖାଏଁ ଶ୍ରେଷ୍ଠ ଉଦ୍ୟୋଗୀଗୁଡ଼ିକୁ ଚୟନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe