ବାତ୍ୟା ବିପନ୍ନଙ୍କୁ ନାଲ୍‌କୋ-‘ସମ୍ବାଦ’ ପକ୍ଷରୁ ରିଲିଫ୍ ବଣ୍ଟନ, ଦ୍ବିତୀୟ ଦିନ‌ରେ ଅଢ଼େଇ ହଜାର ଲୋକଙ୍କୁ ସହାୟତା

Advertisment
ବାତ୍ୟା ବିପନ୍ନଙ୍କୁ ନାଲ୍‌କୋ-‘ସମ୍ବାଦ’ ପକ୍ଷରୁ ରିଲିଫ୍ ବଣ୍ଟନ, ଦ୍ବିତୀୟ ଦିନ‌ରେ ଅଢ଼େଇ ହଜାର ଲୋକଙ୍କୁ ସହାୟତା

ପୁରୀ : ‘ସମ୍ବାଦ’ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ମିଳିତ ଉଦ୍ୟମରେ ପୁରୀ‌େର ବାତ୍ୟା ଦୁର୍ଗତଙ୍କୁ ରିଲିଫ ବଣ୍ଟନ ଦ୍ବିତୀୟ ଦିନରେ ପହଞ୍ଚିଛି। ଗତକାଲି ପ୍ରଥମ ଦିନରେ ଅଢେଇ ହଜାର ବିପନ୍ନଙ୍କୁ ରିଲିଫ୍ ବଣ୍ଟନ କରାଯାଇଥି‌ଲା। ଆଜି ମଧ୍ୟ ଅଢେଇ ହଜାର ଲୋକଙ୍କୁ ରିଲିଫ ବଣ୍ଟନ କରାଯାଇଛି। 'ସମ୍ବାଦ' ଗ୍ରୁପ୍‌ର କା‌ର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଉପସ୍ଥିତ ରହି ପୁରୀ ସଦର ଅଞ୍ଚଳ କପିଳେଶ୍ବରପୁର, ହରିଜନ ସାହି, ଗଣ୍ଡପଡ଼ା, ଭୋଇସାହି, କଢିମ‌ାଳ ଓ ଦୋବନ୍ଦାମାଳରେ ରିଲିଫ ବଣ୍ଟନ କରିଥିଲେ। ନାଲ୍‌କୋ ସିଏମ୍‌ଡି ଡକ୍ଟର ତପନ ଚାନ୍ଦଙ୍କ ତତ୍ତ୍ବାବଧାନ‌ରେ ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିଭଳି ସାକ୍ଷୀଗୋପାଳ ବ୍ଲକ୍‌ର ସାରଙ୍ଗଯୋଡ଼ି ପଞ୍ଚାୟତର ତୋରାଣିଆ, ଭୋଇସାହି, ସଦର ବ୍ଲକ୍‌ ଚାଳିଶବାଟିଆ ପଞ୍ଚାୟତର କଣ୍ଟାଶିଳ, ପୁରୀ ସହରର ମାଟିତୋଟା ମଳିକ ସାହି ଆଦି ଅଞ୍ଚଳରେ ରିଲିଫ୍ ବଣ୍ଟନ କରାଯାଇଥିଲା। ସମ୍ବାଦ, କନକ ନ୍ୟୁଜ୍ କର୍ମଚାରୀ ଓ ହକର ସଂଘ ରିଲିଫ୍ ବଣ୍ଟନରେ ସହ‌ଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe