ନାଲକୋର ଠିକା କର୍ମଚାରୀ ମନରେଗା ଶ୍ରମିକ

Advertisment

୮ଟି ମନରେଗା ପ୍ରକଳ୍ପରେ ଦୁର୍ନୀତି, ଜିଲ୍ଲାପାଳଙ୍କୁ ଫେରାଦ୍‌, ତଦନ୍ତ ଦାବି

୮ଟି ମନରେଗା ପ୍ରକଳ୍ପରେ ଦୁର୍ନୀତି, ଜିଲ୍ଲାପାଳଙ୍କୁ ଫେରାଦ୍‌, ତଦନ୍ତ ଦାବି

ମନରେଗା ଦୁର୍ନୀତି: ୯୨.୬କୋଟି ଖର୍ଚ୍ଚରେ ଅନିୟମିତତା

The Indian Express

ଅନୁଗୁଳ : ନାଲକୋରେ ଠିକା କର୍ମଚାରୀ ‘ମନରେଗା’ର ଦିନ ମଜୁରିଆ। ନାଲକୋରେ ଚାକିରି କରି କୁଆଡ଼େ ଗାଁରେ ସେ କରିଛନ୍ତି ମାଟି କାମ। ତାଙ୍କ ବ୍ୟାଙ୍କ୍‌ ଏକାଉଣ୍ଟକୁ ଯାଇଛି ୩୩ଦିନର ମଜୁରି ଟଙ୍କା। କେବଳ ସେତିକି ନୁହେଁ, ଚଳିତ ଆର୍ଥିକ ବର୍ଷରେ ମନ‌ରେଗା ଯୋଜନାରୁ କରାଯାଇଥିବା ୮ଟି ପ୍ରକଳ୍ପ ନାଁରେ ଟଙ୍କା ଚଳୁ ହୋଇଛି। କାଗଜପତ୍ରରେ ଯେତିକି ଟଙ୍କାର ମାଟି କାମ ଦର୍ଶାଯାଇଛି, ସେତିକି ପରିମାଣର ମାଟି କାମ ହୋଇନାହିଁ। ଅନୁଗୁଳ ବ୍ଲକ ବାଳୁଅକଟା ପଞ୍ଚାୟତର ଲୋକେ ‘ମନରେଗା’ ଦୁର୍ନୀତିର ଏମିତି ଲମ୍ବା ତାଲିକା ତିଆରି କରିଥିବା ବେଳେ ଆଜି ଏନେଇ ଜିଲ୍ଲା ପ୍ରଶାସନକୁ ଫେରାଦ୍‌ ହୋଇଛନ୍ତି।

୨୦୨୦-୨୧ଆର୍ଥିକ ବର୍ଷରେ ପଞ୍ଚାୟତରେ କରାଯାଇଥିବା ପ୍ରତିଟି କାମର ତଦନ୍ତ କରାଗଲେ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ୍ୟ ରୋଜଗାର ସେବକ ମିଳିମିଶି କରିଥିବା ଦୁର୍ନୀତିର ପର୍ଦାଫାଶ ହୋଇପାରିବ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

ଆର୍‌ଟିଆଇ ତଥ୍ୟ ମୁତାବକ, ବାଳୁଅକଟା ଧୋବାସାହିଠାରୁ ପିଡବ୍ଲୁଡି ମୁଖ୍ୟରାସ୍ତା ପର୍ଯ୍ୟନ୍ତ ରାସ୍ତାର କୁଆଡ଼େ ଉନ୍ନତିକରଣ କରାଯାଇଛି ବୋଲି ଦର୍ଶାଯାଇଛି। ଏ ପ୍ରକଳ୍ପ ପାଇଁ ତିନି ଲକ୍ଷ ଟଙ୍କାର ବ୍ୟୟବରାଦ ରହିଥିବା ବେଳେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଉଠା ଯାଇଛି। କିନ୍ତୁ, ଯେତିକି ରାସ୍ତା ଉନ୍ନତି କଥା ଦର୍ଶାଯାଇଛି ତାହା ହୋଇନାହିଁ ବୋଲି ଗ୍ରାମବାସୀ ଅଭିଯୋଗରେ ଦର୍ଶାଇଛନ୍ତି। କେବଳ ସେତିକି ନୁହେଁ, ଏହି ରାସ୍ତା କାମ ମେସିନ୍‌ରେ ହୋଇଥିବା ବେଳେ ନାଲକୋର ଠିକା କର୍ମଚାରୀଙ୍କ ଆକାଉଣ୍ଟକୁ ମଜୁରି ପଠାଯାଇଛି। ୨୦୨୦ମସିହା ଡିସେମ୍ବର ୨୯ତାରିଖରୁ ୨୦୨୧ ଜାନୁଆରି ୪ତାରିଖ ମଧ୍ୟରେ ତାଙ୍କ ଆକାଉଣ୍ଟ୍‌କୁ ମୋଟ୍ ୩୩ଟି ମଜୁରି ବାବଦକୁ ଟଙ୍କା ଯାଇଥିବା ଆର୍‌ଟିଆଇ ତଥ୍ୟରୁ ସ୍ପଷ୍ଟ ହୋଇଛି। ନାଲକୋରେ କାମ କରୁଥିବା ଏହି ଠିକା କର୍ମଚାରୀ ଜଣକ କେମିତି ମାଟି କାମ କଲେ ତାହାକୁ ନେଇ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe