ୟୁପିଏସ୍‌ସି ପ୍ରିଲିମିନାରୀରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ନାଲକୋରେ ନିଯୁକ୍ତି ପାଇପାରିବେ, କିପରି ଜାଣନ୍ତୁ

ଭୁବନେଶ୍ୱର : ବିଭିନ୍ନ ସଂପ୍ରସାରଣ ଯୋଜନା ଉପରେ କାର୍ଯ୍ୟ କରୁଥିବା ନାଲକୋ ଆଗାମୀ ଦିନରେ ପ୍ରାୟ ୧୧ ଶହରୁ ଅଧିକ ନିଯୁକ୍ତି ଦେବ । ଅଣ-ବୈଷୟିକ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ନାଲକୋ ଏକ ସ୍ୱତନ୍ତ୍ର କୌଶଳ ଗ୍ରହଣ କରିବ । ଏହା ଅନୁଯାୟୀ ୟୁପିଏସସି ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ ସିଧାସଳଖ ସାକ୍ଷାତକାର ଦେଇପାରିବେ । ସେମାନଙ୍କୁ ଆଉ ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ । ଏ ସଂପର୍କରେ ନାଲକୋ ସିଏମଡି ଡଃ ତପନ କୁମାର ଚାନ୍ଦ ସୂଚନାଦେଇଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ଅୟୋଜିତ ‘ସ୍କିଲିଂ ଇଣ୍ଡଆ : ଭାରତରେ ବାଣିଜ୍ୟ ଶିକ୍ଷାକୁ ନୂତନ ଆଭିମୁଖ୍ୟ ପ୍ରଦାନର ଆବଶ୍ୟକତା’ ଶୀର୍ଷକ ଏକ ଆଲୋଚନାଚକ୍ରରେ ଉଦ୍‌ବୋଧନ ଦେଇ ଡଃ ଚାନ୍ଦ କହିଲେ ଯେ ୨୦୩୦ ମସିହା ସୁଦ୍ଧା ଭାରତରେ ଇସ୍ପାତ ଓ ଆଲୁମିନିୟମ୍‌ ଉପଯୋଗର ପରିମାଣ ତିନି ଗୁଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି ଏବଂ ଏହି ପରିପ୍ରେକ୍ଷୀରେ ଦକ୍ଷ ମାନବସମ୍ବଳର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇବ। ଡଃ ଚାନ୍ଦ ମତ ବ୍ୟକ୍ତ କଲେ ଯେ ଭାରତରେ କର୍ମନିଯୁକ୍ତିର ଢାଞ୍ଚା କ୍ରମଶଃ ପରିବର୍ତ୍ତିତ ହେଉଛି । ଏଥି ପାଇଁ ଶିଳ୍ପାନୁଷ୍ଠାନ ଏବଂ ଉଦ୍ୟୋଗଗୁଡ଼ିକର ଆବଶ୍ୟକତା ଅନୁସାରେ ଦକ୍ଷତାକୁ ମଧ୍ୟ ବିକଶିତ ଓ ପରିବର୍ନ୍ନିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ନିଯୁକ୍ତିସୁଯୋଗ ସୃଷ୍ଟିର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରି ଡଃ ଚାନ୍ଦ କହିଲେ ଯେ ଆଲୁମିନିୟମ୍‌ କ୍ଷେତ୍ରରେ ଅଭିବୃଦ୍ଧି ସହ ନାଲ୍‌କୋ ମଧ୍ୟ ସଂପ୍ରସାରଣ ଦିଗରେ ପଦକ୍ଷେପ ଗ୍ରହଣ କରୁଛି । ନାଲ୍‌କୋରେ ଆଗାମୀ ସମୟରେ ୧୧୦୦ରୁ ଉଦ୍ଧ୍ଵର୍ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି ଏବଂ କମ୍ପାନୀ ଏଥି ପାଇଁ ୟୁପିଏସ୍‌ସି ସ୍କ୍ରିନିଂ ବ୍ୟବସ୍ଥାରୁ ପ୍ରାର୍ଥୀ ହାସଲ କରିବାକୁ ଯୋଜନା କରିଛି। ଏହି ପ୍ରାର୍ଥୀମାନଙ୍କୁ ଲିଖିତ ପରୀକ୍ଷା ଦେବାକୁ ପଡ଼ିବ ନାହିଁ, କାରଣ ସେମାନେ ୟୁପିଏସ୍‌ସି ସ୍କ୍ରିନିଂରେ ଉତ୍ତୀର୍ଣ୍ଣ ହୋଇଥିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe