ବାତ୍ୟା ପ୍ରଭାବିତ ଜନସାଧାରଣଙ୍କୁ ସହାୟତାର ହାତ ବଢାଇଲା ନାଲକୋ

ବାତ୍ୟା ପ୍ରଭାବିତ ଜନସାଧାରଣଙ୍କୁ ସହାୟତାର ହାତ ବଢାଇଲା ନାଲକୋ

ଭୁବନେଶ୍ୱର : ବାତ୍ୟା ପରେ ପରେ ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀର ବିଭିନ୍ନ କଲୋନୀ ଓ ବସ୍ତିରେ ପ୍ରଭାବିତ ଜନସାଧାରଣଙ୍କ ପାଇଁ ନାଲ୍‌କୋ ପକ୍ଷରୁ ତୁରନ୍ତ ରିଲିଫ୍‌ କାର୍ଯ୍ୟ ଆରମ୍ଭ ହୋଇଛି।

ଇଲେକ୍ଟ୍ରିସିଆନ୍‌, ପ୍ଲମ୍ବର୍‌, ଗଛ କଟାଳୀ ମାନଙ୍କୁ ନେଇ ଗଠିତ ୭ ଟି ଦଳ ଇଲେକ୍ଟ୍ରିକ୍‌ ଗଛ କଟା ଯନ୍ତ୍ର,  ଜେନେରେଟର୍‌ ଏବଂ ରିଲିଫ୍‌ ସାମଗ୍ରୀ ସହ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରତି ଦଳରେ ୧୭-୨୦ ଜଣ କର୍ମଚାରୀ ଅଛନ୍ତି। ଅନୁଗୋଳ ଓ ଦାମନଯୋଡ଼ି ସ୍ଥିତ ନାଲ୍‌କୋର ୟୁନିଟ୍‌ରୁ ଦୁଇଟି ଦଳ ମଧ୍ୟ ରିଲିଫ୍‌ କାର୍ଯ୍ୟରେ ସହୟତା ପାଇଁ ଭୁବନେଶ୍ୱର ପହଞ୍ଚିଛନ୍ତି। ନାଲ୍‌କୋ ତରଫରୁ ଶାଢୀ, ତଉଲିଆ, ଚାଉଳ, ଡାଲି, ଲୁଣ, ଚିନି, ଗୁଡ, ବିସ୍କୁଟ୍‌, କ୍ଷୀର ଓ ଫଳ ଆଦି ବିତରଣ କରାଯାଉଛି। ମଇ ୪ ତାରିଖରେ, ନାଲ୍‌କୋ ତରଫରୁ ପଟିଆ ଅଞ୍ଚଳର ବସ୍ତିରେ ରିଲିଫ୍‌ ବିତରଣ କରାଯାଇଥିଲା। ନାଲ୍‌କୋର ଅଧ୍ୟକ୍ଷ ଏବଂ ନିର୍ଦ୍ଦେଶକ (ମାନବସମ୍ବଳ) ସମେତ ବରିଷ୍ଠ ପ୍ରବନ୍ଧକ ବ୍ୟକ୍ତିଗତ ଭାବେ ଏହି କାର୍ଯ୍ୟର ତଦାରଖ ଓ ପରିଚାଳନା କରିଥିଲେ। କମ୍ପାନୀର ୟୁନିଅନ୍‌, ଆସୋସିଏସନ୍‌, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ବସ୍ତିର ଜନସାଧାରଣ ନାଲ୍‌କୋର ଏହି କାର୍ଯ୍ୟର ଭୂୟସୀ ପ୍ରଶଂସା କରିଛନ୍ତି । ବିଭିନ୍ନ କଲୋନୀରେ ଜଳାଭାବ ଜନିତ ସମସ୍ୟାରୁ ଜନସାଧାରଣଙ୍କୁ ରକ୍ଷା କରିବା ପାଇଁ ନାଲ୍‌କୋ ଟିମ୍‌ ଡିଜି ସେଟ୍‌ ସହ ବୁଲୁଛନ୍ତି ଏବଂ କଲୋନୀଗୁଡ଼ିକରେ ଟାଙ୍କିକୁ ବୋର୍‌ୱେଲ୍‌ରୁ ପାଣି ଉଠାଇବାରେ ସାହାଯ୍ୟ କରୁଛନ୍ତି। ବିଭିନ୍ନ କଲୋନୀର ଜନସାଧାରଣଙ୍କୁ ନାଲ୍‌କୋର ପ୍ଲମ୍ବର୍‌ ଓ ଇଲେକ୍ଟ୍ରିସିଆନ୍‌ମାନେ ମଧ୍ୟ ସାହାଯ୍ୟ କରୁଛନ୍ତି।

ଫନି ଯୋଗୁଁ ନାଲ୍‌କୋର ୨ ଟି ଟାଉନସିପ, ନୟାପଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଏବଂ ଗୋଠପାଟଣା ସ୍ଥିତ ରିସର୍ଚ୍ଚ୍‌ ସେଣ୍ଟର୍‌ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। କିନ୍ତୁ, ଖୁବ୍‌ କମ୍‌ ସମୟ ମଧ୍ୟରେ ନାଲ୍‌କୋ ଏହାର ସମସ୍ତ ବ୍ୟବସ୍ଥାରେ ୨୪ ଘଣ୍ଟା ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ଆଦି ଆରମ୍ଭ କରିପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe