Advertisment

ଭଦ୍ରକ ଜିଲ୍ଲା କଂଗ୍ରେସରେ ନଳିନୀକାନ୍ତ ମାହାନ୍ତିଙ୍କୁ ବଡ଼ ଦାୟିତ୍ବ

Advertisment

ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ଜିଲ୍ଲା ସଭାପତି ଭାବରେ କଂଗ୍ରେସର ଯୁବ ନେତା ନଳିନୀକାନ୍ତ ମାହାନ୍ତି ନିଯୁକ୍ତ ହୋଇଛନ୍ତି। ଏଆଇସିସି ପର୍ଯ୍ୟବେକ୍ଷକଙ୍କ ସର୍ଭେ ରିପୋର୍ଟ ପରେ ଶ୍ରୀ ମହାନ୍ତିଙ୍କୁ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ସଭାପତି...

ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ଜିଲ୍ଲା ସଭାପତି ଭାବରେ କଂଗ୍ରେସର ଯୁବ ନେତା ନଳିନୀକାନ୍ତ ମାହାନ୍ତି ନିଯୁକ୍ତ ହୋଇଛନ୍ତି। ଏଆଇସିସି ପର୍ଯ୍ୟବେକ୍ଷକଙ୍କ ସର୍ଭେ ରିପୋର୍ଟ ପରେ ଶ୍ରୀ ମହାନ୍ତିଙ୍କୁ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ସଭାପତି...

bdk

ଭଦ୍ରକ: ଜିଲ୍ଲା କଂଗ୍ରେସ କମିଟିର ଜିଲ୍ଲା ସଭାପତି ଭାବରେ କଂଗ୍ରେସର ଯୁବ ନେତା ନଳିନୀକାନ୍ତ ମାହାନ୍ତି ନିଯୁକ୍ତ ହୋଇଛନ୍ତି। ଏଆଇସିସି ପର୍ଯ୍ୟବେକ୍ଷକଙ୍କ ସର୍ଭେ ରିପୋର୍ଟ ପରେ ଆଜି ଏଆଇସିସି  ସାଧାରଣ ସମ୍ପାଦକ କେ ସି  ବେନୁଗୋପଲ ଶ୍ରୀ ମହାନ୍ତିଙ୍କୁ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବରେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ମହାନ୍ତି ଏହା ପୂର୍ବରୁ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଭାବରେ କର୍ଯ୍ୟକରୁଥିଲେ। ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ ସଭାପତି, ଭଦ୍ରକ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଭାବରେ ନିଜର ଦାୟିତ୍ଵ ତୁଲାଇଥିଲେ।

ପୂର୍ବରୁ ସେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳର ପ୍ରାର୍ଥୀ ହୋଇଥିଲେ। ଭଦ୍ରକ କଲେଜ ଛାତ୍ର ସଂସଦର ସଭାପତି ଭାବରେ ନିର୍ବାଚିତ ହୋଇ ନିଜର ଛାତ୍ର କଂଗ୍ରେସକୁ ଜିଲ୍ଲାରେ ବେଶ୍ ସୁଦୃଢ଼ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଛାତ୍ର ରାଜନୀତିରୁ କଂଗ୍ରେସ ନିଜର କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ମହାନ୍ତିଙ୍କ ସାଂଗଠନିକ ଦକ୍ଷତା ପାଇଁ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଆଜି ତାଙ୍କୁ ଜିଲ୍ଲା ସଭାପତି ଭାବରେ ନିଯୁକ୍ତି ଦିଆଯାଇଛି।

ଏହି ନିଯୁକ୍ତି ମିଳିବା ପରେ କଂଗ୍ରେସର କର୍ମୀ ଓ ନେତୃମଣ୍ଡଳୀ ଶ୍ରୀ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମହାନ୍ତି ଏହି ନିଯୁକ୍ତି ପାଇବା ପରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ, କେ ସି ବେନୁଗୋପାଲ, ପିସିସି ସଭାପତି  ଭକ୍ତ ଦାସ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ଅସିତ ପଟ୍ଟନାୟକ, ଦେବରୂପ ମହାନ୍ତି, ଶୁଭେନ୍ଦୁ ରାୟମହାପତ୍ର, ରାଜେନ୍ଦ୍ର ପ୍ରସାଦ ଜେନା, ମୁକିତ ଖାଁଙ୍କ ସମେତ ଅନ୍ୟ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦଳ ମୋ ଉପରେ ଭରସା କରି ଯେଉଁ ଗୁରୁ ଦାୟିତ୍ଵ ଦେଇଛନ୍ତି ମୁଁ ଦଳର ସବୁ ବର୍ଗର ନେତା  ଓ କର୍ମୀମାନଙ୍କୁ ନେଇ ଭଦ୍ରକ ଜିଲ୍ଲାରେ କଂଗ୍ରେସ ସଙ୍ଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe