କେନ୍ଦୁପାଲି ୫୬ପ୍ରହର ବିଶ୍ୱଶାନ୍ତି ନାମଯଜ୍ଞ ଉଦଯାପିତ: ବର୍ଷା ସତ୍ତ୍ବେ ପୂଣ୍ଣାହୁତି କାର୍ଯ୍ୟକ୍ରମରେ ସାମିଲ ହେଲେ ଶହଶ୍ରାଧିକ ଭକ୍ତ

କେନ୍ଦୁପାଲି ୫୬ପ୍ରହର ବିଶ୍ୱଶାନ୍ତି ନାମଯଜ୍ଞ ଉଦଯାପିତ: ବର୍ଷା ସତ୍ତ୍ବେ ପୂଣ୍ଣାହୁତି କାର୍ଯ୍ୟକ୍ରମରେ ସାମିଲ ହେଲେ ଶହଶ୍ରାଧିକ ଭକ୍ତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କେନ୍ଦୁପାଲି ଠାରେ ଛପନ ପ୍ରହର ବିଶ୍ଵଶାନ୍ତି ମହାଯଜ୍ଞ ବୁଧବାର ଦିନ ଉଦ୍‌ଯାପିତ ହୋଇଯାଇଛି। ପୂଣ୍ଣାହୁତି କାର୍ଯ୍ୟକ୍ରମରେ ପୁରୀ ରାଜି ମଠର ମଠାଧୀଶ ବଂଶୀଧର ମହାରାଜା ଯୋଗଦେଇ ଥିଲେ। ଶେଷରେ ଦଧିଭାଣ୍ଡ ଧରି ନଗର ପରିକ୍ରମା କରି ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଦଧିଭାଣ୍ଡ କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତ ସାମିଲ ହୋଇଥିଲେ।

publive-image

ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆଞ୍ଚଳିକ କମିଟିର ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥ, ଗ୍ରାମ୍ୟ କମିଟିର ସଭାପତି ତ୍ରିଲୋଚନ ମେହେର (ମାନା ବାବୁ) କାର୍ଯ୍ୟ କାରି ସଭାପତି ସୁରେନ୍ଦ୍ର କୁମାର ପତି, ବରିଷ୍ଠ ଉପଦେଷ୍ଟା କୃଷ୍ଣଚନ୍ଦ୍ର ପାଢ଼ୀ, ଭୁଷଣ କୁମାର ପାତ୍ର, ସଂଯୋଜକ ଯୁଗଳ କିଶୋର ମିଶ୍ର, ଗ୍ରାମ୍ୟ କମିଟିର  ସଭାପତି  ତ୍ରିଲୋଚନ (ମାନା) ମେହେର, କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ପତି, ମୁଖ୍ୟ ସମ୍ପାଦକ ଶ୍ବାମ ସୁନ୍ଦର ସେଠୀ, ସମ୍ପାଦକ ନବକୃଷ୍ଣ ମେହେର, ବରିଷ୍ଠ ଉପଦେଷ୍ଟା ତାତ ମେହେର, ବଳରାମ ମେହେର, ସୌମିତ୍ରୀ ମେହେର, ଲିଙ୍ଗରାଜ ମେହେର, କୃଷ୍ଣ ମେହେର, ହୃଷୀକେଶ ଦାସ, ଅଶ୍ବିନୀ ମେହେର ପ୍ରମୁଖ ସାମିଲ ହୋଇଥିଲେ। ସେହିପରି ଦୟାନିଧି ମେହେର, ମଧୁସୂଦନ ମେହେର, ଜୟ ମେହେର, ଠାକୁର ମେହେର, ବରିଷ୍ଠ ଉପସଭାପତି ବିଷ୍ଣୁ ଚରଣ ପଣ୍ଡା, ପଣ୍ଡିତ ରାମକୃଷ୍ଣ ପଣ୍ଡା, ଭିକାରୀ ପଣ୍ଡା, ବାମନ ପଣ୍ଡା, ମଧୁସୂଦନ ରଥ, ସଦାନନ୍ଦ ପଣ୍ଡା, ମଧୁସୂଦନ ରଥ ଓ ଅନ୍ୟାନ୍ୟ ପଣ୍ଡିତମାନେ ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ।

publive-image

ମଙ୍ଗଳବାର ଦିନ ପ୍ରବଳ ବର୍ଷା ସତ୍ବେ ବୁଧବାର ପାଗରେ ପରିବର୍ତ୍ତନ ଯୋଗୁଁ ହଜାର ହଜାର ଭକ୍ତ ସାମିଲ ହୋଇଥିଲେ।  ପ୍ରବଳ ଜନସମାଗମ ଯୋଗୁଁ ଶାନ୍ତି ଶୃଙ୍ଖଳା ପାଇଁ ନିଜେ ଉପଖଣ୍ଡ ପୁଲିସ ଅଧିକାରୀ ବାସୁଦେବ ଛତ୍ରିଆ ଉପସ୍ଥିତ ରହି ଥାନା ଅଧିକାରୀ  ଶୋଭାକର ସେଟ୍ ଅନ୍ୟାନ୍ୟ ପୁଲିସ୍ ଅଫିସର ଓ ଫୋର୍ସ ସାମିଲ ହୋଇଥିଲେ।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe