ବଦଳିଲା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ନାମ: ଏଣିକି ହେଲା ‘ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ’

Advertisment
ବଦଳିଲା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ନାମ: ଏଣିକି ହେଲା ‘ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ’

The Wire

ଭୁବନେଶ୍ବର : ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗକୁ 'ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ନାମରେ ନାମିତ କରାଯାଇଛି। ଏଣିକି ଏହି ବିଭାଗ ଜଙ୍ଗଲ ଓ ପରିବେଶ ସୁରକ୍ଷା ସହିତ ଜଳବାୟୁ ପରିବର୍ତ୍ତନ ଉପରେ ଧ୍ୟାନ ଦେବ।

ବିଭାଗୀୟ ପ୍ରେସ୍‌ ଇସ୍ତାହାର ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ନେଇ ଏହି ବିଭାଗ ରାଜ୍ୟର ନୋଡାଲ୍‌ ଏଜେନ୍‌ସି ଭାବେ କାର୍ଯ୍ୟ କରିବ। ଏଥିପାଇଁ ଏସ୍‌ଏପିସିସିର ବିକାଶ ସହିତ ଅନ୍ୟାନ୍ୟ ଯୋଜନା, ନୀତି, କାର୍ଯ୍ୟକ୍ରମ, ଜଳବାୟୁ କାର୍ଯ୍ୟାବଳୀ ଉପରେ ପ୍ରକଳ୍ପ ପ୍ରସ୍ତୁତ କରିବ। ଜଳବାୟୁ ପରିବର୍ତ୍ତନରେ ପରିଲକ୍ଷିତ ରାଜ୍ୟର ପ୍ରମୁଖ ଦୁର୍ବଳତାଗୁଡ଼ିକୁ ଚିହ୍ନଟ କରି ନିରାକରଣ ଦିଗରେ ଆବଶ୍ୟକ ପଦକ୍ଷେପ ନେବ। ଯଥା ଶକ୍ତି ସଂରକ୍ଷଣ, ଦକ୍ଷତା ବୃଦ୍ଧି, ଗ୍ରିନ୍‌ ହାଉସ୍‌ ନିର୍ଗମନ ହ୍ରାସ, ଇଞ୍ଜିନିୟରିଂ ବିଭାଗ, ଶକ୍ତି, ପୂର୍ତ୍ତ, ପରିବହନ, କୃଷି, ସହରାଞ୍ଚଳ ବିକାଶ, ଶିଳ୍ପ ଓ ଖଣି ବିଭାଗ ସହିତ ସମନ୍ବୟ ରକ୍ଷା କ୍ଷେତ୍ରରେ ଏହି ବିଭାଗ ପ୍ରମୁଖ ଭୂମିକା ଗ୍ରହଣ କରିବ। ସେହିପରି ଅଣପାରମ୍ପରିକ ଶକ୍ତି ଉତ୍ସକୁ ପ୍ରୋତ୍ସାହନ ଦେବା ନିମନ୍ତେ ଏହି ବିଭାଗ କାର୍ଯ୍ୟ କରିବା ସହିତ ଆବଶ୍ୟକ ନୀତି ପ୍ରସ୍ତୁତ କରିବ। ବେସରକାରୀ ଅଂଶୀଦାର ସମେତ ବିଭିନ୍ନ ଜାତୀୟ, ଅନ୍ତର୍ଜାତୀୟ, ବହୁପାକ୍ଷିକ, ଦ୍ବିପାକ୍ଷିକ ଓ ଅନ୍ୟାନ୍ୟ ଉତ୍ସରୁ ଏଥି ନିମିତ୍ତ ଅର୍ଥ ସଂଗ୍ରହ ଏହି ବିଭାଗର ଦାୟିତ୍ବ ରହିବ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ଜାରି କରାଯାଇ ଓଡ଼ିଶା ଗେଜେଟ୍‌ରେ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe