ମା ସରପଞ୍ଚ, ଗାଦିରେ ପୁଅ: ବଦଳିଲା ନାମ ଫଳକ

Advertisment
ମା ସରପଞ୍ଚ, ଗାଦିରେ ପୁଅ: ବଦଳିଲା ନାମ ଫଳକ

ଓଡ଼ାପଡ଼ା : ଓଡ଼ାପଡ଼ା ବ୍ଲକ୍‌ ବାଙ୍ଗୁରସିଂହ ପଞ୍ଚାୟତରେ ‘ମା ସରପଞ୍ଚ, ଗାଦିରେ ପୁଅ’ ଶୀର୍ଷକ ଖବର ଆଜି ସମ୍ବାଦରେ ପ୍ରକାଶ ପାଇବା ପରେ ଏହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପଞ୍ଚାୟତ ସୂଚନା ଫଳକରେ ନିର୍ବାଚିତ ସରପଞ୍ଚ ଚନ୍ଦ୍ରମା ଦଳେଇଙ୍କ ନାମ ପରିବର୍ତ୍ତେ ତାଙ୍କ ପୁତ୍ର ଜଗବନ୍ଧୁ ଦଳେଇଙ୍କ ନାମ ରହିଥିଲା। ଜଗବନ୍ଧୁ ସରପଞ୍ଚଙ୍କ ନିମନ୍ତେ ଉଦ୍ଦିଷ୍ଟ ଆସନରେ ବସି ସରକାରୀ କାମ କରୁଥିବା ନେଇ ଖବର ପ୍ରକାଶ ପରେ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଆଜି ନାମ ଫଳକକୁ ବଦଳାଯାଇ ସରପଞ୍ଚ ଚନ୍ଦ୍ରମା ଦଳେଇଙ୍କ ନାମ ସହ ତାଙ୍କ ମୋବାଇଲ୍ ନମ୍ବର ଲେଖାଯାଇଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ ଉକ୍ତ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ଚନ୍ଦ୍ରମା ଦଳେଇ ନିୟମିତ କାର୍ଯ୍ୟାଳୟକୁ ଆସୁ ନଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଆସନରେ ତାଙ୍କ ପୁଅ ଜଗବନ୍ଧୁ ଦଳେଇ ବସି ସମସ୍ତ କାର୍ଯ୍ୟ କରୁଥିବା ଏବଂ ସରକାରୀ କର୍ମଚାରୀମାନେ ତାଙ୍କ ଆଦେଶକୁ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ପଞ୍ଚାୟତର କିଛି ଲୋକ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଅଭିଯୋଗପତ୍ର ମଧ୍ୟ ଦେଇଥିଲେ। ସରପଞ୍ଚଙ୍କ ନାମ ଫଳକ ବଦଳିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe