ଝାରସୁଗୁଡ଼ା ଜିଲ୍ଲାର କୁଖ୍ୟାତ ଅପରାଧୀ ନମିଶ ଯାଦବଙ୍କ ବିରୋଧରେ ଏନ୍ଏସ୍‌ଏ ଲାଗୁ 

ଝାରସୁଗୁଡ଼ା ଜିଲ୍ଲାର  କୁଖ୍ୟାତ ଅପରାଧୀ ନମିଶ ଯାଦବଙ୍କ ବିରୋଧରେ ଏନ୍ଏସ୍‌ଏ ଲାଗୁ 

image source-thelogicalindian.com

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଜଣେ କୁଖ୍ୟାତ ଅପରାଧୀଙ୍କ ନାମରେ ଜାତୀୟ ନିରାପତ୍ତା ଆଇନ(ଏନ୍‌ଏସ୍‌ଏ) ଲାଗୁ ହୋଇଥିବା ଜଣାଯାଇଛି।  ପ୍ରାପ୍ତ ସୂଚନା ଅନୁଯାୟୀ, ୨୦୧୯ ମସିହାରେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଠାରେ ହୋଇଥିବା ଏକ ହତ୍ୟାକାଣ୍ଡ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଜେଲରେ ଥିବା ନମିଶ ଯାଦବ ନାମରେ ଜାତୀୟ ନିରାପତ୍ତା ଆଇନ(ଏନ୍‌ଏସ୍‌ଏ) ଲାଗୁ ହୋଇଛି।  ଗତକାଲି ଏନେଇ ଏକ  ଆଦେଶନାମା ପ୍ରକାଶ ପାଇଥିବା ବିଶ୍ବସ୍ତ ସୂତ୍ରରୁ  ସୂଚନା ମିଳିଛି।

ନମିଶଙ୍କ କ୍ରାଇମ ରେକର୍ଡ ବେଶ ଲମ୍ବା ରହିଥିବା ସହିତ ତାଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଥିବା  ପୁଲିସ ସୁତ୍ରରୁ ପ୍ରକାଶ। ଗତ ୨୦୧୯ ମସିହା ବ୍ରଜରାଜନଗର ଅଞ୍ଚଳରେ ଘଟିଥିବା ଏକ ହତ୍ୟାକାଣ୍ତରେ ସମ୍ପୃକ୍ତି ଅଭିଯୋଗରେ ନମିଶ ଗିରଫ ହୋଇ ଜେଲରେ ଅଛନ୍ତି ।  ଏହି ଖବର ପ୍ରକାଶ ପାଇବା ପରେ ଝାରସୁଗୁଡ଼ା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe