ଅବହେଳିତ ନଅଣ ପୋଖରୀ,  ସ୍ବପ୍ନରେ ରହିଗଲା ସୌନ୍ଦର୍ଯ୍ୟକରଣ

ଅବହେଳିତ ନଅଣ ପୋଖରୀ,  ସ୍ବପ୍ନରେ ରହିଗଲା ସୌନ୍ଦର୍ଯ୍ୟକରଣ

ଇରମ: ଭାରତ ଇତିହାସକୁ ରୋମନ୍ଥନ କଲେ ଇରମର ସ୍ଥାନ କାହିଁ କେଉଁଠି ତାହା କେବଳ ବୁଦ୍ଧିଜୀବୀ ନୁହଁ ସାଧାରଣ ଜନତା ମଧ୍ୟ ଜାଣିଛନ୍ତି। ପରାଧୀନ ଭାରତକୁ ସ୍ବାଧୀନ କରିବା ପାଇଁ ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ କରି ୨୯ଜଣ ସହିଦ ହୋଇଥିବା ସ୍ଥାନ ଇରମ ଯେଉଁ ମାଟିରେ ନାରୀମାନେ ମଧ୍ୟ ସଂଗ୍ରାମ ପାଇଁ ଆଗକୁ ଅାସି ସହିଦ ହୋଇଛନ୍ତି। ୧୯୪୨ ଇଂରେଜ ନର ସଂହାରର ନଅଣ ପୋଖରୀ ହେଉଛି ମୂକସାକ୍ଷୀ।  ଯିଏ ଦେଖିଛି ସେଦିନର ଲୋମହର୍ଷଣକାରୀ ଦୃଶ୍ୟ, ଯାହାର ପାଣି ସଂଗ୍ରାମୀ ଓ ସହିଦମାନଙ୍କ ରକ୍ତରେ ଲାଲ ହୋଇଯାଇଥିଲା ସେହି ବାସୁଦେବପୁର ଇରମ ମାଟିକୁ ସରକାରଙ୍କ ପକ୍ଷରୁ ସେପରି କିଛି ଆଖିଦୃଶିଆ କାମ କରାଯାଇ ନାହିଁ।

ସ୍ମୃତିସ୍ତମ୍ଭ ଓ ସମାଧି ପୀଠ ହୋଇଥିଲେ ତାହା ଅଧାପନ୍ତରିଆ ହୋଇ ପଡିଛି। ଯେଉଁ ନଅଣପୋଖରୀ ମୂକସାଖୀ ତାହାର କାମ ନ ହୋଇ କେବଳ କଥାରେ ସୀମିତ ରହିଛି। ନଅଣପୋଖରୀ ଆଦର୍ଶପୋଖରୀ ହେବ ବୋଲି ଯେଉଁ ପ୍ରତିଶ୍ରୁୂତି ଥିଲା ତାହାର ନାଁଗନ୍ଧ ନାହି। ସାଧାରଣ ଜନତାଙ୍କ ମନ ରଖିବା ପାଇଁ କିମ୍ବା ପଞ୍ଚାୟତ ନିର୍ବାଚନକୁ ଲକ୍ଷ୍ୟ ରଖି ଏପରି ପ୍ରତିଶ୍ରୁତି ରଖାଯାଇଥିଲା। ତାହା ଜଣାପଡୁନାହି। ବହୁ ସଭା ସମିତିରେ ଇରମକୁ ପୂର୍ବରୁ ଆଦର୍ଶ ପଞ୍ଚାୟତ ବୋଲି ଯେଉଁ ଡିଣ୍ଡିମ ପିଟୁଥିଲେ ତାର ନିଚ୍ଛକ ସତ ଏବେ ଲୋକଲୋଚନକୁ ଆସୁଛି। କେବଳ ଫଳକ ଅାଉ ବ୍ୟାନର ବ୍ୟତୀତ ଅନ୍ୟ କିଛି ଦେଖିବାକୁ ମିଳିନାହିଁ। ସେଥିରୁ ମଧ୍ୟ ବାଦ ଦେଇ ନାହାନ୍ତି ଇତିହାସ ପ୍ରସିଦ୍ଧ ନଅଣପୋଖରୀକୁ। ଏହି ପୋଖରୀକୁ ଅାଦର୍ଶ ପୋଖରୀ ହେବାର ସ୍ବପ୍ନ ସ୍ବପ୍ନରେ ରହିଯାଇଛି। ଇରମ ସଂଗ୍ରାମର ୮୦ବର୍ଷରେ ପହଞ୍ଚିଛି। କେବେ ତାହାର ନବକଳେବର ହେବ ତାହାକୁ ଦେଖିବା ପାଇଁ ଜନତା ଅପେକ୍ଷା କରି ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe