ବାର୍ଡ ଫ୍ଲୁ ଆତଙ୍କ: ଆସନ୍ତାକାଲିଠାରୁ ନନ୍ଦନକାନନର ପକ୍ଷୀ ବିହାର ବନ୍ଦ

Advertisment
ବାର୍ଡ ଫ୍ଲୁ ଆତଙ୍କ: ଆସନ୍ତାକାଲିଠାରୁ ନନ୍ଦନକାନନର ପକ୍ଷୀ ବିହାର ବନ୍ଦ

ଭୁବନେଶ୍ବର: ଭୁବନେଶ୍ବରରେ ବହୁ ସଂଖ୍ୟାରେ କୁକୁଡ଼ା ବାର୍ଡ ଫ୍ଲୁରେ ଆକ୍ରାନ୍ତ ହେବା ପରେ ଆସନ୍ତାକାଲିଠାରୁ ନନ୍ଦନକାନନର ପକ୍ଷୀ ବିହାର ବନ୍ଦ କରାଯିବ ବୋଲି ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ନନ୍ଦନକାନନର କେବଳ ପକ୍ଷୀ ବିହାର ବନ୍ଦ ହେବ, ପୂରା ନନ୍ଦନକାନନ ବନ୍ଦ ହେବ ନାହିଁ ବୋଲି ନନ୍ଦନକାନନର ଉପନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି। ପରବର୍ତ୍ତୀ ଆଦେଶ ନମିଳିବା ଯାଏ ଏହି ପକ୍ଷୀ ବିହାର ବନ୍ଦ ରହିବ। ନନ୍ଦନକାନନକୁ ବୁଲିବାକୁ ଯାଉଥିବା ପର୍ଯ୍ୟଟକମାନେ ପକ୍ଷୀମାନଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ଦ୍ବାରା ବାର୍ଡଫ୍ଲୁର ଶିକାର ହୋଇପାରନ୍ତି ବୋଲି ଆଶଙ୍କା କରାଯାଇ ଏପରି ନିଷ୍ପତ୍ତି ନିଆଯାଇଛି।

ଉଲ୍ଲେଖଯୋଗ୍ୟ, କରୋନା ଭୂତାଣୁର ମୁକାବିଲା ପାଇଁ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏବେ ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଦେଖାଦେଇଛି। ଗତ ଦୁଇଦିନ ହେଲା ଓଡ଼ିଶା କୃଷି ବିଦ୍ୟାଳୟ (ଓୟୁଏଟି) ଅଧିନସ୍ଥ ଫାର୍ମରେ କୁକୁଡ଼ାଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା। ଫଳରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବାର୍ଡ ଫ୍ଲୁ ଆଶଙ୍କା କରି  କୁକୁଡ଼ାଙ୍କ ରକ୍ତ ନମୁନା ଭୋପାଳସ୍ଥିତ ଟେଷ୍ଟିଂ ଲ୍ୟାବ୍‌କୁ ପଠାଇଥିଲେ। ଆଜି ଭୋପାଳ ଟେଷ୍ଟିଂ ଲ୍ୟାବ୍‌ରୁ  ରିପୋର୍ଟ  ପିଜିଟିଭ୍‌ ଆସିବା ପରେ କୁକୁଡା ବାର୍ଡ ଫ୍ଲୁ ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଛି। ଏହାପରେ ବାର୍ଡ ଫ୍ଲୁ ନେଇ ଓୟୁଏଟି ପକ୍ଷରୁ ସୂଚନା ଦିଆଯାଇଛି।

publive-image www.nandankanan.org

ଭୁବନେଶ୍ବରରେ ବାର୍ଡ ଫ୍ଲୁ ଆରମ୍ଭ ହୋଇଥିବା ନେଇ ସୂଚନା ମିଳିବା ପରେ ଆସନ୍ତାକାଲିଠାରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ। ଏଥିସହ ବାର୍ଡ ଫ୍ଲୁ ରିପୋର୍ଟ ପିଜିଟିଭ୍‌ ଆସିଥିବା ସୂଚନା ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି ବୋଲି ଓୟୁଏଟି ପାଥୋଲୋଜି ମୁଖ୍ୟ ସୁରେଶ ପଣ୍ଡା ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଯଥାସମ୍ଭବ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ବାର୍ଡ ଫ୍ଲୁ ହୋଇଥିବା ନେଇ କେନ୍ଦ୍ର ପକ୍ଷରୁ ବିଧିବଦ୍ଧ ଭାବେ ଅବଗତ ବି କରାଯାଇଛି। ଓୟୁଏଟି ଠାରୁ ୧କିମି ପରିବ୍ୟାପ୍ତ ଅଞ୍ଚଳରେ କୁକୁଡ଼ା ମାରିବାକୁ ପଦକ୍ଷେପ ନିଆଯାଇଛି। ଓୟୁଏଟି ଫାର୍ମରେ ଶହସ୍ରାଧିକ କୁକୁଡ଼ା ରହିଥିବା ସୂଚନା ମିଳିଛି। ରାଜ୍ୟରେ କରୋନା ଭୂତାଣୁ ପରେ ବାର୍ଡ ଫ୍ଲୁ ଆତଙ୍କ ଲୋକମାନଙ୍କ ମନରେ କୋକୁଆ ଭୟ ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe