ପୂର୍ବରୁ ଦୁଇ ସିଂହଙ୍କ ମୃତ୍ୟୁ ହୋଇଥିବା ଏବେ ନନ୍ଦନକାନନରେ ଆଉ ଏକ ସିଂହ ଅସୁସ୍ଥ

Advertisment
ପୂର୍ବରୁ ଦୁଇ ସିଂହଙ୍କ ମୃତ୍ୟୁ ହୋଇଥିବା ଏବେ ନନ୍ଦନକାନନରେ ଆଉ ଏକ ସିଂହ ଅସୁସ୍ଥ

ଭୁବନେଶ୍ୱର: ନନ୍ଦନକାନରେ ଅଗଷ୍ଟ ମାସରେ ଏକ ଆଫ୍ରିକୀୟ ସିଂହର ମୃତ୍ୟୁ ହୋଇଥିଲା। ତେବେ ଗୋଟିଏ ମାସ ମଧ୍ୟରେ ୨ଟି ସିଂହର ମୃତ୍ୟୁ ଘଟଣା ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଚିନ୍ତାର କାରଣ ପାଲଟି ଥିବା ବେଳେ ଏପରି ପରିସ୍ଥିତିରେ ନନ୍ଦନକାନନରେ ଥିବା ଆଉ ଏକ ୨୦ବର୍ଷର ସିଂହର ଅବସ୍ଥା ଶଙ୍କଟାପନ୍ନ ରହିଛି। ମୁତ୍ରଶୟରେ ସଂକ୍ରମଣ ହେତୁ ଚାରିଦିନ ହେବ ସିଂହଟିର ଚିିକିତ୍ସା କରାଯାଉଥିଲେ ହେଁ କୌଣସି ଉନ୍ନତୀ ଦେଖା ଯାଇ ନାହିଁ। ସିଂହଟି ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି। ତେବେ ପୂର୍ବରୁ ମୃତ୍ୟୁର ହୋଇଥିବା ଆଫ୍ରକୀୟ ସିଂହଟିର ବୟସ ମାତ୍ର ୮ ବର୍ଷ ହୋଇଥିଲା। ସିଂହଟି ହଠାତ ଅସୁସ୍ଥ ହୋଇ ପଡ଼ିଥିଲା ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଥିଲେ।

ସୂଚନାଯୋଗ୍ୟ, ବର୍ତ୍ତମାନ ନନ୍ଦନକାନନରେ ୧୨ଟି ସିଂହ ରହିଛନ୍ତି। ସିଂହମାନେ ସାଧାରଣତଃ ୧୮ରୁ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି। ୬ରୁ ୭ ବର୍ଷ ବୟସରେ ଏହି ସିଂହମାନେ ପ୍ରଜନନ କ୍ଷମ ହୋଇଥାନ୍ତି। ତେଣୁ ନନ୍ଦନକାନର ସିଂହ ସଫାରିରେ ସିଂହ ବଂଶ ବୃଦ୍ଧି କରିବା ଲକ୍ଷ୍ୟ ନେଇ ୨୦୧୫ ମସିହାରେ ୪ଟି ସିଂହ ଇସ୍ରାଏଲରୁ ଅଣାଯାଇଥିଲା। ତେବେ ଗତ ଚଳିତ ମାସ ୧୦ ତାରିଖ ଦିନ ହଠାତ ସଂକ୍ରମଣ ହେବାରୁ ଇସ୍ରାଏଲର ତେଲଆଭିଭରୁ ଆସିଥିବା ଗୋଟିଏ ୮ ବର୍ଷର ସିଂହର ମୃତ୍ୟୁ ଘଟିଥିଲା। ପୁଣି ସେହି ଇସ୍ରାଏଲର ତେଲଆଭିଭରୁ ଆସିଥିବା ଆଉ ଏକ ୮ ବର୍ଷର ସିଂହର ମୃତ୍ୟୁ ଘଟିଥିଲା ବେଳେ ଏବେ ୨୦ବର୍ଷୀୟ ସିଂହ ଅବସ୍ଥା ଶଙ୍କଟାପନ୍ନ ରହିଛି। ଯାହାକୀ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe