ନନ୍ଦନକାନନ: ଦେଶୀ ଭାଲୁ ବାଙ୍କିର ମୃତ୍ୟୁ

Advertisment
ବାତ୍ୟା ପାଇଁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ନନ୍ଦନକାନନ

ବାରଙ୍ଗ: ରବିବାର ସକାଳେ ସ୍ଥାନୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଥିବା ‘ବାଙ୍କି’ ନାମକ ଗୋଟାଏ ଦେଶୀ କଳାଭାଲୁର ମୃତ୍ୟୁ ଘଟିଛି।
୩୦ ବର୍ଷିୟ ‘ବାଙ୍କି’ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଗତ ୩ ମାସ ହେବ କ୍ୱାରେନ୍‌ଟାଇନ୍‌ରେ ରହିଥିଲା। ସକାଳ ପ୍ରାୟ ୯ଟା ବେଳେ ତା’ର ମୃତ୍ୟୁ ଘଟିଥିବା କଥା ପ୍ରାଣୀ ଉଦ୍ୟାନ ତରଫରୁ ପ୍ରକାଶ।

ଗତ ୧୮ ଜୁଲାଇ ୨୦୦୬ ମସିହାରେ ‘ବାଙ୍କି’କୁ ବାଙ୍କି ଅଞ୍ଚଳର ଗୋଟାଏ ଢାବାରୁ ଉଦ୍ଧାର କରାଯିବା ପରେ ନନ୍ଦନକାନନକୁ ଅଣାଯାଇଥିଲା।
‘ବାଙ୍କି’ର ମୃତ୍ୟୁ ପରେ ନନ୍ଦନକାନନରେ ଆଉ ୧୪ଟି ଦେଶୀ ଭାଲୁ ରହିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe