ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ

Advertisment
ନନ୍ଦନକାନନର ୧୫ କର୍ମଚାରୀ ସଂକ୍ରମିତ

ବାରଙ୍ଗ : ଆସନ୍ତା ଅକ୍ଟୋବର ୪ ତାରିଖରୁ ପର୍ଯ୍ୟଟକଙ୍କ ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବ। ଏ ସମ୍ପର୍କରେ ଆଜି ନନ୍ଦନକାନନ ଉପନିର୍ଦ୍ଦେଶକ ବିମଳ ଚନ୍ଦ୍ର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ତେବେ ପର୍ଯ୍ୟଟକମାନେ କେମିତି ପ୍ରାଣୀ ଉଦ୍ୟାନ ଭିତରେ ବୁଲି ଦେଖିବେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟଭାବେ ସରକାରୀ ନିର୍ଦ୍ଦେଶ ନାହିଁ ବୋଲି ସେ କହିଛନ୍ତି। ଅନ୍‌ଲାଇନ ଓ ଅଫ୍‌ଲାଇନ୍ ଟିକେଟ କିଣି ଆସୁଥିବା ପର୍ଯ୍ୟଟକମାନେ ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖି ଜୀବଜନ୍ତୁ ବୁଲି ଦେଖିବେ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଦୀର୍ଘ ଦିନ ଧରି ନନ୍ଦନକାନନ ବନ୍ଦ ରହିଥିବା କାରଣରୁ ପ୍ରାୟ ୧୧ କୋଟି ଟଙ୍କା କ୍ଷତି ହୋଇଛି। ଏବେ ପର୍ଯ୍ୟଟକମାନେ ଆସିବା ଦ୍ବାରା ସେମାନଙ୍କ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ପର୍ଯ୍ୟଟକମାନଙ୍କୁ ଯାଞ୍ଚ କରିବା ପାଇଁ ସ୍ବତନ୍ତ୍ର ଟିମ୍‌ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ। ବୋଟିଂ, ପାର୍କିଂ ଓ ସଫାରି ବସ୍‌ ‌ଠିକା ସଂସ୍ଥାମାନେ ପର୍ଯ୍ୟଟକମାନଙ୍କୁ ବୁଲାଇବାବେଳେ କରୋନା ସଂକ୍ରମଣ ଯେମିତି ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ତେଣୁ ନନ୍ଦନକାନନ ଖୋଲିବା ନିଷ୍ପତ୍ତି ଏକ ଚ୍ୟାଲେଞ୍ଜ ବୋଲି ମତ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୧୪ ତାରିଖଠାରୁ ସାଢ଼େ ଛଅ ମାସ ଧରି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe