ନନ୍ଦପୁର ଏସଡିପିଓଙ୍କ ଦାଦାଗିରି: କଥା ନ ମାନିବାରୁ ଜଣେ ଲୋକକୁ ନିସ୍ତୁକ ମାଡ, କୋରାପୁଟ ବଡ ଡାକ୍ତରଖାନାରେ ଭର୍ତ୍ତି

Advertisment

ଏସପିଙ୍କ ପାଖରେ ଅଭିଯୋଗ କଲେ ପୀଡିତଙ୍କ ପରିବାରର ଲୋକେ

ଏସପିଙ୍କ ପାଖରେ ଅଭିଯୋଗ କଲେ ପୀଡିତଙ୍କ ପରିବାରର ଲୋକେ

ନନ୍ଦପୁର ଏସଡିପିଓଙ୍କ ଦାଦାଗିରି: କଥା ନ ମାନିବାରୁ ଜଣେ ଲୋକକୁ ନିସ୍ତୁକ ମାଡ, କୋରାପୁଟ ବଡ ଡାକ୍ତରଖାନାରେ ଭର୍ତ୍ତି

କୋରାପୁଟ : ଏକ ଜମିଜମା ମାମଲାକୁ କେନ୍ଦ୍ର କରି ଜଣେ ଲୋକଙ୍କୁ ନିର୍ଧୁମ ପିଟିଛନ୍ତି ନନ୍ଦପୁର ଏସଡିପିଓ ତପନ ମହାନନ୍ଦ। ଏଥିରେ ତାଙ୍କର ଗୋଡ, ହାତ ଫୁଲିଟିବା ସହ ତାଙ୍କୁ କୋରାପୁଟ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିନେଇ ମାଡ ଖାଇଥିବା ଲୋକଙ୍କ ପରିବାର ପକ୍ଷରୁ ଆଜି କୋରାପୁଟ ଏସପି ମୁକେଶ କୁମାର ଭାମୁଙ୍କ ପାଖରେ ଲିଖିତ ଅଭିଯୋଗ ହେବା ପରେ ଆରମ୍ଭ ହୋଇଛି ତଦନ୍ତ। ଅତିରିକ୍ତ ଏସପି ଘଟଣାର ତଦନ୍ତ କରୁଥିଲା ବେଳେ ଏ ସଂପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି।

ଲମତାପୁଟ ବ୍ଲକ ଅନ୍ତର୍ଗତ ହିଂଗାଇପୁଟ ଗ୍ରାମର ଲକ୍ଷ୍ମଣ ପ୍ରଧାନୀଙ୍କ ପତ୍ନୀ ଡାଳିମ୍ବ ପ୍ରଧାନୀ ଆଜି ଏସପିଙ୍କ ପାଖରେ ଅଭିଯୋଗ କରିଛନ୍ତି ଯେ, ଗତକାଲି ସେ ଓ ତାଙ୍କ ସ୍ୱାମୀ ଏକ ବିବାହ ଭୋଜିରେ ଯୋଗଦେବାକୁ ଯାଉଥିବା ସମୟରେ ନନ୍ଦପୁର ଏସଡିପିଓ ତାଙ୍କୁ ନନ୍ଦପୁରସ୍ଥିତ କାର୍ଯ୍ୟାଳୟକୁ ଡାକିନେଇଥିଲେ। ସେଠାରେ ତ୍ରିନାଥ ଖେମୁଣ୍ଡୁ ଉପସ୍ଥିତ ଥିଲେ। ତାଙ୍କ ସହ ବିବାଦ ଲାଗିଥିବା ଜମିରୁ ହଟିଯିବା ପାଇଁ ଏସଡିପିଓ ଚାପ ପକାଇଥିଲେ। ଲକ୍ଷ୍ମଣ ଏଥିରେ ଅମଙ୍ଗ ହେବାରୁ ଏସଡିପିଓ ତାଙ୍କୁ ଅଭଦ୍ର ଭାଷାରେ ଗାଳି କରିବା ସହ ଭୀଷଣ ମାଡ ମାରିଛନ୍ତି। ଏପରିକି ଜୀବନରେ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ। ଠେଙ୍ଗାରେ ମାଡ ମରା ଯାଇଥିବାରୁ ତାଙ୍କ ହାତ ଗୋଡ ଫୁଲି ଯାଇଥିଲା। ତେଣୁ ତାଙ୍କୁ ନନ୍ଦପୁର ଡାକ୍ତରଖାନାକୁ ନେଇ ପରିବାର ଲୋକେ ଚିକିତ୍ସା କରାଇଥିଲେ। ତେବେ ଅବସ୍ଥା ଜଟିଳ ଥିବାରୁ ତାଙ୍କୁ କୋରାପୁଟ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏଠାରେ ତାଙ୍କର ଚିକିତ୍ସା ଚାଲିଛି।

ଏସଡିପିଓଙ୍କ ନାମରେ ଏମିତି ସଙ୍ଗୀନ ଅଭିଯୋଗ ହେବା ପରେ ଏସପି ଏହାକୁ ଗୁରୁତର ସହ ନେଇଛନ୍ତି। ଘଟଣାର ତଦନ୍ତ କରିବା ପାଇଁ ଅତିରିକ୍ତ ଏସପି ଉତ୍କଳ ରଂଜନ ଦାଶଙ୍କୁ ନିର୍ଦେଶ ଦେଇଛନ୍ତି। ପରେ ଅତିରିକ୍ତ ଏସପି ଉତ୍କଳ ରଞ୍ଜନ ଦାସ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗ ୱାର୍ଡରେ ଚିକିତ୍ସାଧୀନ ଲକ୍ଷ୍ମଣକୁ ଭେଟି ଘଟଣା ସଂପର୍କରେ ପଚାରି ବୁଝିଥିଲେ । ତେବେ ତଦନ୍ତ ନ ସରିବା ଆଗରୁ ଗଣମାଧ୍ୟମକୁ କିଛି କହିବା ପାଇଁ ସେ ମନା କରିଦେଇଛନ୍ତି। ଅପରପକ୍ଷରେ ଜଣେ ବରିଷ୍ଠ ଅଧିକାରୀଙ୍କ ଏମିତି ମାରପିଟକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe