ନନ୍ଦିଘୋଷ ରଥ: ୩୩ ହାତ ୫ ଆଙ୍ଗୁଳି

Advertisment
ନନ୍ଦିଘୋଷ ରଥ: ୩୩ ହାତ ୫ ଆଙ୍ଗୁଳି

ପୁରୀ: ଶ୍ରୀକ୍ଷେତ୍ରରେ ରଥର ନାମଠୁ ନେଇ ରଥ ଦଉଡ଼ି ପର୍ଯ୍ୟନ୍ତ ନାମରେ ବୈଶିଷ୍ଟ୍ୟ ରହିଛି। ତିନିରଥର ଦେବତା, ଦ୍ବାରପାଳ, ପତାକା, ସାରଥିଙ୍କ ନାମ ଭିନ୍ନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ। ଏହା ଇନ୍ଦ୍ରଙ୍କ ପ୍ରଦତ୍ତ ରଥ। ରଥର ଉଚ୍ଚତା ୩୩ ହାତ ୫ ଆଙ୍ଗୁଳି। ୮୩୨ ଖଣ୍ଡ କାଠରେ ନିର୍ମିତ ହୋଇଥାଏ ବୋଲି କୁହାଯାଉଥିଲେ ହେଁ ବାସ୍ତବରେ ଏହାଠୁ ଅଧିକ କାଠର ଆବଶ୍ୟକ ପଡ଼ିଥାଏ ବୋଲି ମହାରଣା ସେବକମାନେ କହିଛନ୍ତି। ନାମ ଯେପରି ନନ୍ଦିଘୋଷ, ରଥର ଦେବଦବୀ ବି ସେମିତି ଭିନ୍ନ। ରଥର ରକ୍ଷକ ହେଉଛନ୍ତି ଗରୁଡ଼। ଧ୍ବଜାରେ ମହାବୀର ହନୁମାନ ବିରାଜମାନ କରନ୍ତି। ରଥର ଅଧୀଶ୍ବର ହେଉଛନ୍ତି ଶ୍ରୀଜଗନ୍ନାଥ। ଆୟୁଧ ହେଉଛି ଚକ୍ର ଓ ଶଙ୍ଖ।

ରଥର ଦେବତାମାନେ ହେଲେ ହନୁମାନ, ରାମ, ଲକ୍ଷ୍ମଣ, ନାରାୟଣ, କୃଷ୍ଣ, ଗୋବର୍ଦ୍ଧନଧାରୀ, ରାଘବ, ନୃସିଂହ। ରଥର ଅଶ୍ବମାନେ ହେଲେ ଶଙ୍ଖ, ବଳାହକ, ଶ୍ବେତ ଓ ହରିଦାଶ। ସାରଥିଙ୍କ ନାମ ଦାରୁକ। ରଥର ରଜ୍ଜୁ ତଥା ଦଉଡ଼ିର ନାମ ଶଙ୍ଖଚୂଡ଼ ନାମ୍ନୀ ନାଗୁଣୀ। ରଥର ମୁଖ ହେଲେ ନନ୍ଦୀମୁଖ। ରଥର ଦେବୀ ହେଉଛନ୍ତି ଯୋଗମାୟା। ରଥ ଭୈରବ ଏକପାଦ। ରଥ ଗର୍ଭାଧୀଶ୍ବର ହେଲେ ହରିଣ୍ୟଗର୍ଭା। ରଥର ଶକ୍ତି ହେଲେ ବିମଳା। ଋଷିପଟାରେ ନାରଦ, ଦେବଳ, ବ୍ୟାସ, ଶୁକ, ପରାଶର, ବଶିଷ୍ଠ, ବିଶ୍ବାମିତ୍ର ଓ ରୁଦ୍ର ଆଦି ଅଷ୍ଟଋଷି। ରଥ କୁମ୍ଭର ନାମ ହିରଣ୍ମୟ। ଦ୍ବାରପାଳ ହେଲେ ଜୟ ଓ ବିଜୟ। ନେତର ନାମ ତ୍ରୈଲୋକମୋହିନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe