ନନ୍ଦିଘୋଷ ରଥ ଖୋଲା ଆରମ୍ଭ, ସରିଲା ତାଳଧ୍ବଜ କାମ

Advertisment
ନନ୍ଦିଘୋଷ ରଥ ଖୋଲା ଆରମ୍ଭ, ସରିଲା ତାଳଧ୍ବଜ କାମ

ପୁର: ତିନି ରଥକୁ ୨୫ ଦିନ ଭିତରେ ଖୋଲାଯାଇ ଜଗନ୍ନାଥ ବଲ୍ଲଭକୁ ସୁରକ୍ଷିତ ସ୍ଥାନାନ୍ତର କରାଯିବ। ଏଥିପାଇଁ ରଥ ଖୋଲା କାମ ଜୋରସୋରରେ ଆଗେଇ ଚାଲିଛି। ଗତକାଲି ସୁଦ୍ଧା ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଖୋଲା ସରିବା ପରେ ଆଜିଠାରୁ ନନ୍ଦିଘୋଷ ରଥ ଖୋଲା ଆରମ୍ଭ ହୋଇଛି। ନନ୍ଦିଘୋଷ ରଥର ଉପରିଭାଗ ଅଂଶବିଶେଷକୁ ଅକ୍ଷତ ସୁରକ୍ଷିତ ଖୋଲାଯିବା ଆରମ୍ଭ ହୋଇଛି। ଗତକାଲି ତାଳଧ୍ବଜ ରଥର ଚକ-ଅଖ ଖୋଲାଯାଇ ବଡ଼ଦାଣ୍ଡରେ ରଖାଯାଇଥିଲା। ପରେ ଏହାକୁ ଜଗନ୍ନାଥ ବଲ୍ଲଭକୁ ସ୍ଥାନାନ୍ତର କରାଯାଇଛି। ଆଜି ନନ୍ଦିଘୋଷ ରଥ ଖୋଲାଯିବା ପରେ ଉପରିଭାଗ ଅଂଶବିଶେଷ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe