କୁନି ମଡେଲ୍‌ଙ୍କୁ ନେଇ ଆୟୋ‌ଜିତ କିଟ୍‌ ନହ୍ନିପରୀ ପ୍ରତିଯୋଗିତା : ବିଜେତା ମୁକୁଟ ପିନ୍ଧିଲେ ଛତିଶଗଡ଼ ରାୟପୁରର ଗୁନ୍‌ଭିନ୍‌ ଛାବ୍ରା

Advertisment
କୁନି ମଡେଲ୍‌ଙ୍କୁ ନେଇ ଆୟୋ‌ଜିତ କିଟ୍‌ ନହ୍ନିପରୀ ପ୍ରତିଯୋଗିତା : ବିଜେତା ମୁକୁଟ ପିନ୍ଧିଲେ ଛତିଶଗଡ଼ ରାୟପୁରର ଗୁନ୍‌ଭିନ୍‌ ଛାବ୍ରା

ଭୁବନେଶ୍ବର : କୁନି ମଡେଲ୍‌ଙ୍କୁ ନେଇ ଆୟୋ‌ଜିତ କିଟ୍‌ ନହ୍ନିପରୀ ପ୍ରତିଯୋଗିତାରେ ବିଜେତା ମୁକୁଟ ପିନ୍ଧିଛନ୍ତି ଛତିଶଗଡ଼ ରାୟପୁରର ଗୁନ୍‌ଭିନ୍‌ ଛାବ୍ରା। କିଟ୍‌ ଇଣ୍ଟରନାସ୍‌ନାଲ୍‌ ସ୍କୁଲ୍‌ ପରିସରରେ ଆୟୋଜିତ ଆଜିର ଶେଷ ମେଗା ରାଉଣ୍ଡ୍‌ରେ ୯ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ଗୁନ୍‌ଭିନ୍‌ ‘କିଟ୍‌ ନହ୍ନିପରୀ ମିସ୍‌ ଇଣ୍ଡିଆ ୨୦୧୯’ ମୁକୁଟ ଲାଭ କରିଛନ୍ତି। ୩ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ସହ ସେ ଏହି ମୁକୁଟ ପିନ୍ଧିଛନ୍ତି। ଏଥିସହ ଭୋପାଳର ତାପ୍ତି ଠାକୁର ପ୍ରଥମ ରନର୍ସ ଅପ୍‌ ଏବଂ ପାଟନାର ବେଦିକା ରକ୍ଷିତା ଦ୍ବିତୀୟ ରନର୍ସଅପ୍‌ ହୋଇଛନ୍ତି। ଦୁଇ ରନର୍ସଅପ୍ ବିଜେତାଙ୍କୁ ୧ଲକ୍ଷ ୫୦ ହଜାର ଟଙ୍କାର ନଗଦ ଅର୍ଥରାଶି ସହ ମୁକୁଟ ଦେଇ ପୁରସ୍କୃତ କରାଯାଇଛି।

ଏଥିସହ ପ୍ରତିଯୋଗିତାର ୧୦ଟି ବର୍ଗରେ ପୁରସ୍କାର ଦିଆଯାଇଥିଲା। ବାଙ୍ଗାଲୋରର ରେଷଣୀ ୱାଇ ମିସ୍‌ ରାପୁଞ୍ଜେଲ୍, କୋଚିର ସାରୋନ୍‌ଙ୍କୁ ଲିଟିଲ୍ ମିସ୍‌ ଫଟୋଜେନିକ, ମେଘାଳୟର ରାଇସା ସାହାନାୱାଜଙ୍କୁ ଲିଟିଲ୍ ମିସ୍‌ ସେଲ୍ଫି, କୋଲକାତାର ଚନ୍ଦ୍ରିମା ସରକାରଙ୍କୁ ଲିଟିଲ୍ ମିସ୍‌ ଫେସନ୍ ଗାର୍ଲ, ଗୁନ୍‌ଭିନ୍‌ଙ୍କୁ ଲିଟିଲ୍ ମିସ୍‌ ଉଇଜ୍‌କ୍‌ଡ,ଦିଲ୍ଲୀର ବନ୍ୟା ସିଂହଙ୍କୁ ମିସ୍‌ ସିଣ୍ଡ୍ରେଲା, ଜାମସେଦପୁରର ସେନାଲ୍ ସିଂହଙ୍କୁ ମିସ୍‌ ଉର୍ବଶୀ, ଆସାମର ତସିନା ନିଲୁଫର ହୁସେନ୍‌ଙ୍କୁ ମିସ୍‌ କ୍ୟାଟ୍‌ୱାକ, ଇମ୍ଫାଲର ରାମିୟା ଥାଙ୍ଗଜମଙ୍କୁ ମିସ୍‌ ମୋନାଲିସା ଏବଂ ଭୋପାଳର ତାପ୍ତି ଠାକୁରଙ୍କୁ ମିସ୍‌ ଆକ୍ଟିଭ୍ ପୁରସ୍କାର ପ୍ରଦାନ କରାଯାଇଥିଲଶ। ପୁରସ୍କାର ବାବଦକୁ ପ୍ରତ୍ୟେକଙ୍କୁ ନଗଦ ଅର୍ଥରାଶି, ମୁକୁଟ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ମୋଟ ୨୧ଲକ୍ଷ ଟଙ୍କାର ପୁରସ୍କାର ଦିଆଯାଇଥିଲା। ଟାଇଟଲ୍ ବିଜୟିନୀଙ୍କୁ କିଟ୍ ବିଶ୍ବବିଦ୍ୟାଳୟରେ ଯେକୌଣସି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଶତ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୧୮ ଲକ୍ଷ ଟଙ୍କା, ୩ ଲକ୍ଷ ଟଙ୍କା ନଗଦ ଅର୍ଥରାଶି ସହ ମୋଟ୨୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବା ସହ ନିଜ ବାପା କମ୍ବା ମାଆଙ୍କ ସହତି ଦକ୍ଷିଣ କୋରିଆ ପରିଭ୍ରମଣର ସୁଯୋଗ ମିଳିବ। ସେହିପରି ପ୍ରଥମ ରନର୍ସଅପ୍‌ଙ୍କ ପାଇଁ ସମୁଦାୟ ପୁରସ୍କାର ରାଶି ୧୦ ଲକ୍ଷ ଥିବା ବେଳେ ୧ଲକ୍ଷ ଟଙ୍କା ନଗଦ ଅର୍ଥରାଶି ଏବଂ କିଟ୍‌ରେ ନାମ ଲେଖାଇଲେ ୫୦ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୯ ଲକ୍ଷ ଟଙ୍କା ଫି ଛାଡ଼ କରାଯିବ। ଦ୍ବିତୀୟ ରନର୍ସଅପ୍‌ଙ୍କୁ ୫୦ହଜାର ଟଙ୍କା ଓ କିଟ୍‌ରେ ନାମ ଲେଖାଇଲେ ୫୦ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୯ ଲକ୍ଷ ଟଙ୍କା ଫି ଛାଡ଼ର ବ୍ୟବସ୍ଥା ରହିଛି। କିଟ୍ ନହ୍ନିପରୀର ମୁଖ୍ୟ ପୃଷ୍ଠପୋଷକ ଅଚ୍ୟୁତ ସାମନ୍ତ, ପୃଷ୍ଠପୋଷକ ମଳୟ ମହାପାତ୍ର ଓ କିଟ୍ ନହ୍ନିପରୀ ଟିମ୍ ପୁରସ୍କାର ପ୍ରଦାନ ଉତ୍ସବରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe