ବାଲେଶ୍ବର ରେଳ ଷ୍ଟେସନରେ ନାପକିନ୍‌ ଭେଣ୍ଡିଂ ମେସିନ୍‌ ଉଦ୍‌ଘାଟନ

Advertisment
ବାଲେଶ୍ବର ରେଳ ଷ୍ଟେସନରେ ନାପକିନ୍‌ ଭେଣ୍ଡିଂ ମେସିନ୍‌ ଉଦ୍‌ଘାଟନ

ବାଲେଶ୍ବର: ବାଲେଶ୍ବର ରେଳ ଷ୍ଟେସନ ପରିସରରେ ସ୍ବରାଜ୍ୟ ଭେଣ୍ଡିଂ ପକ୍ଷରୁ ନାପକିନ୍‌ ଭେଣ୍ଡିଂ ମେସିନ୍‌ ସ୍ଥାପନ କରାଯାଇଛି। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ଏହି ମେସିନ୍‌କୁ ଉଦ୍‌ଘାଟନ କରିଥିଲେ। ଟ୍ରେନ୍‌ରେ ଯାତ୍ରା କରୁଥିବା ଯୁବତୀ ଓ ମହିଳାମାନେ ଏହା ଦ୍ବାରା ଉପକୃତ ହେବେ। ସବୁ ସମୟରେ ଏହା ଖୋଲା ରହିବା ସହିତ ଅନଲାଇନ୍‌ ମାଧ୍ୟରେ ଟଙ୍କା ପୈଠ କରିପାରି‌‌ବେ। ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବାଣିଜ୍ୟିକ ଇନ୍‌ସପେକ୍ଟର ପ୍ରମୋଦ ଚନ୍ଦ୍ର ରାଉତ, ପ୍ରବନ୍ଧ ନିର୍ଦ୍ଦେଶକ ସନ୍ଦିପନି ଭରଦ୍ବାଜ, ମ୍ୟାନେଜର ଗୁରୁପ୍ରସାଦ ମିଶ୍ର, ଅଜୟରାମ ପ୍ରାସାଦ, ଘନେଶ୍ବର ଦାସଙ୍କ ସମେତ ଷ୍ଟେସନ୍‌ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe