ମୋଦୀ ସରକାର ହିନ୍ଦୁ –ମୁସଲମାନ୍ ଭେଦଭାବ ନ କରି ସମସ୍ତଙ୍କର ବିକାଶ କରିଛନ୍ତି : ମୁକ୍ତାର ଆବାସ ନକଭି

Advertisment
ମୋଦୀ ସରକାର ହିନ୍ଦୁ –ମୁସଲମାନ୍ ଭେଦଭାବ ନ କରି ସମସ୍ତଙ୍କର ବିକାଶ କରିଛନ୍ତି : ମୁକ୍ତାର ଆବାସ ନକଭି

ସାଲେପୁର : କଟକ ଜିଲ୍ଲା ଅନ୍ତର୍ଗତ ତଥା କେନ୍ଦ୍ରାପଡ଼ା ଲୋକସଭା ଅଧିନରେ ଆସୁଥିବା ସାଲେପୁର ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସଭାବେଶରେ ଯୋଗ ଦେଇ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକଭି କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ସରକାର ହିନ୍ଦୁ –ମୁସଲମାନ୍ ଭେଦଭାବ ନ କରି ସମସ୍ତଙ୍କର ବିକାଶ କରିଛନ୍ତି। ସବୁଠୁ ବଡ଼ କଥା ହେଲା ଯେ ମୋଦୀ ସରକାରଙ୍କ ଅମଳରେ କୌଣସି ଦଙ୍ଗା ହୋଇ ନାହିଁ।ସବୁ ବର୍ଗର ଲୋକଙ୍କର ସୁରକ୍ଷା ପ୍ରତି ବି ଧ୍ୟାନ ଦିଆଯାଇଛି।

publive-image

ଏହି ଅବସରରେ ମୁକ୍ତାର ଆବାସ ନକଭି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାର କଥା ଉଲ୍ଲେଖ କରିଛନ୍ତି। ସେ ବିଜେପିକୁ ଭୋଟ୍ ଦେଇ ବିଜେପିର ସାଲେପୁର ବିଧାନସଭା ପ୍ରାର୍ଥୀ ପ୍ରକାଶ ବେହେରା ଏବଂ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ବିଜୟୀ କରିବାକୁ ନିବେଦନ କରିଛନ୍ତି। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ସାଲେପୁର ବିଧାନସଭା ପ୍ରାର୍ଥୀ ପ୍ରକାଶ ବେହେରା ଏବଂ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe