Update Odisha
ଭୁବନେଶ୍ବର : କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବେ ସୁସ୍ଥ ଅନୁଭବ କରୁଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସ୍ବାସ୍ଥ୍ୟବସ୍ଥାରେ ସୁଧାର ପାଇଁ ସେ ଆସନ୍ତାକାଲି ପର୍ଯ୍ୟନ୍ତ ହସ୍ପିଟାଲରେ ରହିପାରନ୍ତି। ସୁସ୍ଥ ଥିବା ନେଇ ନିଜେ ଶ୍ରୀ ମିଶ୍ର ଟୁଇଟ୍ କରି ଜଣାଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ସିବିଆଇ ଅଫିସ ଘେରାଉ ପାଇଁ କଂଗ୍ରେସର ତ୍ରିରଙ୍ଗା ଯାତ୍ରା ବିକ୍ଷୋଭ କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ର ଭାଷଣ ଦେଇସାରିବା ପରେ ହଠାତ୍ ଅସୁସ୍ଥ ହୋଇପଡ଼ି ଅଚେତ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସେହିଠାରେ ଚିକିତ୍ସାଧୀନ ଅଛନ୍ତି।
Follow Us