ଓଡ଼ିଶା ଦୁଇଭାଗ ପ୍ରସଙ୍ଗ ପୁଣି ଉଠାଇଲେ ନରସିଂହ

Advertisment

ଓଡ଼ିଶା ଦୁଇଭାଗ ହେବ ବୋଲି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ପୁନର୍ବାର ଚେତାବନୀ ଦେଇଛନ୍ତି। ପଶ୍ଚିମ ଓଡ଼ିଶା ପ୍ରତି ବିଭିନ୍ନ କ୍ଷେତ୍ରରେ ବାରମ୍ବାର ଅବହେଳା କଲେ ଓଡ଼ିଶା ଦୁଇଭାଗ ହୋଇଯିବ ବୋଲି ଶ୍ରୀ ମିଶ୍ର ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଆଶଙ୍କା ପ୍ରକାଶ କରିଛନ୍ତି।

ଓଡ଼ିଶା ଦୁଇଭାଗ ହେବ ବୋଲି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ପୁନର୍ବାର ଚେତାବନୀ ଦେଇଛନ୍ତି। ପଶ୍ଚିମ ଓଡ଼ିଶା ପ୍ରତି ବିଭିନ୍ନ କ୍ଷେତ୍ରରେ ବାରମ୍ବାର ଅବହେଳା କଲେ ଓଡ଼ିଶା ଦୁଇଭାଗ ହୋଇଯିବ ବୋଲି ଶ୍ରୀ ମିଶ୍ର ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଆଶଙ୍କା ପ୍ରକାଶ କରିଛନ୍ତି।

dgdgdgdg

ବଲାଙ୍ଗୀର: ଓଡ଼ିଶା ଦୁଇଭାଗ ହେବ ବୋଲି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ପୁନର୍ବାର ଚେତାବନୀ ଦେଇଛନ୍ତି। ପଶ୍ଚିମ ଓଡ଼ିଶା ପ୍ରତି ବିଭିନ୍ନ କ୍ଷେତ୍ରରେ ବାରମ୍ବାର ଅବହେଳା କଲେ ଓଡ଼ିଶା ଦୁଇଭାଗ ହୋଇଯିବ ବୋଲି ଶ୍ରୀ ମିଶ୍ର ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଆଶଙ୍କା ପ୍ରକାଶ କରିଛନ୍ତି। ଗଡ଼ଜାତ ମିଶ୍ରଣ ସମୟରେ ସର୍ତ୍ତ ଥିଲା ଗଡ଼ଜାତ ଅଞ୍ଚଳ ଯେତେ ସୁବିଧା ପାଉଛି, ସେହି ସବୁ ସୁବିଧା ମିଶ୍ରଣ ପରେ ମଧ୍ୟ ବଳବତ୍ତର ରହିବ। କିନ୍ତୁ ସ୍ୱାଧୀନତା ପରେ ସରକାରମାନେ ସର୍ତ୍ତ ପୂରଣ କରିନାହାନ୍ତି। ଗଡ଼ଜାତ ସମୟରେ ଲୋକେ ହାଇକୋର୍ଟର ସୁବିଧା ପାଉଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେହି ସୁବିଧାରୁ ଲୋକେ ବଞ୍ଚିତ ରହିଲେ। ଯଦିଓ ଏଠାକାର ଜଜ୍‌ଙ୍କୁ ରେଜିଷ୍ଟ୍ରାରଙ୍କ କ୍ଷମତା ଦିଆଯାଇଛି, କିନ୍ତୁ ଆଜି ପର୍ଯ୍ୟନ୍ତ ଲୋକେ କେସ୍‌ ଲଢ଼ିବା ପାଇଁ କଟକ ଯାଉଛନ୍ତି।

ଡବ୍ଲୁଓଡିସିର କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନ କଲେ 
ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ସରକାରଙ୍କ ମନୋଭାବ ନକାରାତ୍ମକ

ବହୁ ଦିନର ହାଇକୋର୍ଟ ବେଞ୍ଚ ଦାବି ସରକାର ନମାନି ପଶ୍ଚିମ ଓଡ଼ିଶା ପ୍ରତି ଅବହେଳା ଜାରି ରଖୁଥିବାରୁ ଏହି ପ୍ରସଙ୍ଗ ଓଡ଼ିଶାକୁ ଭାଗ ଭାଗ କରିଦେବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ସେ ଆହୁରି କହିଛନ୍ତି, ୨୪ ବର୍ଷର ନବୀନ ସରକାର ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ କୌଣସି ଠୋସ୍‌ ପ୍ରସ୍ତାବ କେନ୍ଦ୍ରକୁ ଦେଲେ ନାହିଁ। ବର୍ତ୍ତମାନର ନୂତନ ବିଜେପି ସରକାର ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦରକାର ନାହିଁ ବୋଲି କହି ଏହି ଅଞ୍ଚଳ ପ୍ରତି ବୈମାତୃକ ମନୋଭାବକୁ ଦୁଇଗୁଣା କରିଛନ୍ତି। ସେହିପରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନର ଲକ୍ଷ୍ୟ ଥିଲା ରାଜ୍ୟର ଆଞ୍ଚଳିକ ବୈଷମ୍ୟ, ଅସମତୁଲ ବିକାଶକୁ ଦୂର କରିବା। କିନ୍ତୁ ଆଜି ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ବିକାଶ ପାଣ୍ଠିକୁ ପରିଷଦ କେବଳ ଅତି କ୍ଷୁଦ୍ରରୁ କ୍ଷୁଦ୍ର ପ୍ରକଳ୍ପରେ ଶେଷ କରିଦେଉଛି। ପୁଣି ଏହି ପରିଷଦର ମୁଖ୍ୟାଳୟ ଭୁବନେଶ୍ବରରୁ ପଶ୍ଚିମ ଓଡ଼ିଶାକୁ ଆସିପାରିଲା ନାହିଁ। ପରିଷଦ ଲକ୍ଷ୍ୟଚ୍ୟୁତ ହୋଇସାରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଦଳ ବଦଳି ପାରେ, ମାତ୍ର ସରକାର ଏକ କ୍ରମାଗତ ପ୍ରକ୍ରିୟା। ବିଜେପି ସରକାର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ, ଟେକ୍ସଟାଇଲ୍‌ ମିଲ୍‌, ଶିଳ୍ପ ପ୍ରତିଷ୍ଠା କରି ବେରୋଜଗାରି ଦୂର କରୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe