ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ଗର୍ଜିଲେ ନରସିଂହ

Advertisment
ଦୁଇ ମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପିଟିସନ୍ ଦେବି: ନରସିଂହ

Update Odisha

ଭୁବନେଶ୍ୱର : ରାଜ୍ୟରେ ଭୁଶୁଡ଼ିଗଲାଣି ଆଇନଶୃଙ୍ଖଳା ବ୍ୟବସ୍ଥା। ଦିନ ଦ୍ବିପହରରେ ମର୍ଡ଼ର ହେଉଛି। ଆଜି ଶୂନ୍ୟକାଳରେ ବୈଧାନିକ ପ୍ରଶ୍ନ ଉଠାଇ ସରକାରଙ୍କ ଉପରେ ଏପରି ଗର୍ଜିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଗତକାଲି ଭୁବନେଶ୍ବର ସାମନ୍ତରାପୁର ଛକରେ ଘଟିଥିବା ହତ୍ୟା ଘଟଣା ସମ୍ପର୍କରେ ବିଭିନ୍ନ ଖବରକାଗଜରେ ପ୍ରକାଶିତ ଖବରକୁ ଦର୍ଶାଇ ସେ କହିଥିଲେ, ପୁଲିସକୁ ଆଉ ଦୁର୍ବୁର୍ତ୍ତମାନେ ଭୟ କରୁନାହାନ୍ତି। ବଲାଙ୍ଗୀର ସହରରେ ଚୋରି, ଡକାୟତି ଓ ଅସାମାଜିକ ବ୍ୟକ୍ତିମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଚୋର ଓ ଲୁଟେରାଙ୍କୁ ଧରିବା ପରିବର୍ତ୍ତେ ଛୋଟ ଛୋଟ ପରିବାଦୋକାନୀଙ୍କ ଉପରେ ଦାଉ ସାଧୁଛି। ଏପରିକି କେତେକ ଘଟଣାରେ ଶାସକ ଦଳ ନେତାଙ୍କ ସମ୍ପୃକ୍ତି ରହିଛି। ଅଭିଯୁକ୍ତମାନଙ୍କୁ ପୁଲିସ ନ ଧରି ଘଣ୍ଟ ଘୋଡ଼ାଇଥିବା ସେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe