ନରସିଂହ ମିଶ୍ରଙ୍କ ଭ୍ରାତୃ ବିୟୋଗ

ନରସିଂହ ମିଶ୍ରଙ୍କ ଭ୍ରାତୃ ବିୟୋଗ

ବଲାଙ୍ଗୀର : ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଭାଇ ଡା. ଶେଷଦେବ ମିଶ୍ର (୮୦ ବର୍ଷ)ଙ୍କ ପରଲୋକ ଘଟିଛି। ବଲାଙ୍ଗୀର ଛତାମଖନା ଗ୍ରାମ ମୂଳନିବାସୀ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ସେ ଦ୍ୱିତୀୟ ପୁତ୍ର। ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ଗତ ୨୮ ତାରିଖ ତାଙ୍କ ପରଲୋକ ହୋଇଥିଲା। ସ୍ୱର୍ଗତ ଡା. ମିଶ୍ର ବଲାଙ୍ଗୀର ପି.ଆର୍‌ ହାଇସ୍କୁଲ ଓ ରାଜେନ୍ଦ୍ର କଲେଜରୁ ଶିକ୍ଷା ଲାଭପରେ ବୁର୍ଲାରେ ଏମ୍‌ବିବିଏସ୍‌ ଓ ପରେ ଜବଲପୁରରେ ପିଜି ପାଠ୍ୟକ୍ରମ ସାରିଥିଲେ। ପାଠପଢ଼ା ପରେ ସେ ସେନାବହିନୀରେ ୧୯୭୦ ମସିହାରେ ଯୋଗଦେଇଥିଲେ।

୧୯୭୧ ଯୁଦ୍ଧ ସମୟରେ ସେ ଦେଶ ପାଇଁ ଲଢ଼ିଥିଲେ। ସେନାବାହିନୀ (ଆର୍ମି)ରେ ୧୦ ବର୍ଷ କାର୍ଯ୍ୟକାଳ ସରିବା ପରେ ସେ ନୌସେନା ବାହିନୀ (ନେଭି)ରେ ଆବେଦନ କରି ସର୍ଜନ କମାଣ୍ଡର ଭାବେ ଯୋଗଦେଇଥିଲେ। ୧୯୯୯ ମସିହାରେ ଅବସର ନେବା ପରେ ସେ ଭୁବନେଶ୍ୱରରେ ରହୁଥିଲେ। ତାଙ୍କର ଦୁଇ ଝିଅ। ଜଣେ ମୁମ୍ବାଇରେ ରହୁଥିବା ବେଳେ ଅନ୍ୟ ଜଣେ ଆମେରିକାରେ ରହୁଛନ୍ତି। ବଡ଼ଝିଅ ସୁନନ୍ଦା ମିଶ୍ରଙ୍କ ଉପସ୍ଥିତିରେ ଭୁବନେଶ୍ୱରରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବନ୍ଧୁବର୍ଗଙ୍କ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe