ରାଜ୍ୟରେ ଜଙ୍ଗଲି ରାଜ୍ ଚାଲିଛି : ନରସିଂହ

Advertisment

ସରକାରୀ ବାସଭବନରୁ ଦିନବେଳା ଚୋରି ହେଉଛି

ସରକାରୀ ବାସଭବନରୁ ଦିନବେଳା ଚୋରି ହେଉଛି

ଦୁଇ ମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପିଟିସନ୍ ଦେବି: ନରସିଂହ

Update Odisha

ଭୁବନେଶ୍ବର : ପ୍ରତିଦିନ ଖବରକାଗଜ ଓଲଟାଇଲେ ଅପରାଧର ଚିତ୍ର ଦେଖିବାକୁ ମିଳୁଛି। ରାଜ୍ୟରେ ଆଇନଶୃଙ୍ଖଲା ପରିସ୍ଥିତି ପୂରା ଭୁଶୁଡ଼ିଗଲାଣି। ଆଇନ୍‌ର ଶାସନ ଆଉ ନାହିଁ। ଏଠାରେ ଜଙ୍ଗଲି ରାଜ୍ ଚାଲିଛି। ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏମିତି କଡ଼ା ଭାଷାରେ ସରକାରଙ୍କୁ ଭର୍ତ୍ସନା କରିଥିଲେ। ଗୃହ ବିଭାଗ ଦାୟିତ୍ବରେ ଥିବା ନିଜେ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ବିବୃତି ଦେବାକୁ ସେ ଦାବି କରିଥିଲେ।

ଶୂନ୍ୟକାଳରେ ଶ୍ରୀ ମିଶ୍ର କହିଲେ, ଗତକାଲି ବାଙ୍କିରେ ଜଣେ ରାଜନୈତିକ ନେତା ଓ ସାମ୍ବାଦିକଙ୍କୁ ଅପରାଧୀମାନେ ଗୋ‌େଡ଼ଇ ଗୋଡ଼େଇ ହାଣିଲେ। ପୁଣି ଜମି ପାଇଁ ବଂଶ ନିପାତ କରିବାକୁ ଲୋକ ପଛାଉ ନାହାନ୍ତି। ଅପରାଧୀଙ୍କ କାର୍ଯ୍ୟକଳାପ ବଢ଼ୁଥିଲା ବେଳେ ପୁଲିସ୍‌ କିଛି କରିପାରୁନି। ବଲାଙ୍ଗୀରରେ ଅପରାଧ ଘଟଣା ନିୟମିତ ଘଟୁଛି। ବଲାଙ୍ଗୀର ମେଡିକାଲ କଲେଜ ଓ ହସ୍ପିଟାଲ ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ସେଠାରେ ଡାକ୍ତର ଓ କର୍ମଚାରୀ ନିଜକୁ ନିରାପଦ ମଣୁ ନାହାନ୍ତି।

ଭୁବନେଶ୍ବର କଥା ଉଲ୍ଲେଖ କରି ଶ୍ରୀ ମିଶ୍ର କହିଲେ, ଫରେଷ୍ଟ ପାର୍କରେ ଥିବା ତାଙ୍କ ସରକାରୀ ବାସଭବନରେ ଦ୍ବିପ୍ରହରରେ ଚୋର ପଶୁଛନ୍ତି। ଘରେ ଦୁଇ ଜଣ ସଶସ୍ତ୍ର ସୁରକ୍ଷା କର୍ମୀ ଥାଇ ମଧ୍ୟ ଚୋରି ହେଉଛି। ଲଗାତର ଦୁଇ ଦିନ ହେଲା ଘରର ପାଚେରୀ ‌େଡଇଁ ଚୋରମାନେ ଆଲୁମିନିୟମ୍ ସାମଗ୍ରୀ, ଲାଇଟ୍‌ ଚୋରି କରି ନେଉଛନ୍ତି। ଖାଲି ତାଙ୍କ ଘର ନୁହେଁ, ପଡ଼ୋଶୀ ବରିଷ୍ଠ ପୁଲିସ ଅଧିକାରୀଙ୍କ ଘରୁ ମଧ୍ୟ ଚୋ‌ରି ହୋଇଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି କିପରି ଅଛି, ତାହା ଏଥିରୁ ଜଣାପଡ଼ୁଛି।

ବଲାଙ୍ଗୀର ମେଡିକାଲ କଲେଜ ସୁରକ୍ଷା ସମ୍ପର୍କରେ ପଦକ୍ଷେପ ନେବାକୁ ଗୃହରେ ଉପସ୍ଥିତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe