ଗୃହକୁ ବିନା ସୂଚନାରେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ରିପୋର୍ଟ ଉପସ୍ଥାପନକୁ ନେଇ ବର୍ଷିଲେ ନରସିଂହ ମିଶ୍ର

Advertisment
ବିଧାୟକ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ: ‘ବିକାଶରେ ବାଧକ ଶାସକ ଦଳର ନେତା’

Odisha Samaya

ଭୁବନେଶ୍ବର: କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗୃହକୁ ବିନା ସୂଚନାରେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ରିପୋର୍ଟ ଉପସ୍ଥାପନକୁ ନେଇ ସେ ବିଧାନସଭା ବର୍ଷିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ‌ଯେ, ଯଦି ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ରିପୋର୍ଟ ଉପସ୍ଥାପନ କରିବାର ଥିଲା ତେବେ ସେ ନେଇ କାହିଁକି ଗୃହକୁ ଅବଗତ କରାଗଲା ନାହିଁ । କାହିଁକି ଅଥରାଇଜେସନ ଲେଟର ସମସ୍ତ ସଦସ୍ୟଙ୍କୁ ଦିଆଗଲା ନାହିଁ । ତୁରନ୍ତ ଅଥରାଇଜେସନ ଲେଟର ଦାବି କରିଥିଲେ ନରସିଂହ । ଯେଉଁଥି ପାଇଁ ଅଡ଼ୁଆରେ ପଡ଼ିଥିଲେ ବାଚସ୍ପତି ଏବଂ ସରକାର । ଅଥରାଇଜେସନ ଲେଟର ପାଇଁ ଅଡ଼ି ବସିଥିବା ବେଳେ ମଧ୍ୟ ବିଜେପିକୁ ବି ସେ ସମାଲୋଚନା କରିଥିଲେ। ସେ କହିଥିଲେ, ରାଷ୍ଟ୍ରପତି ନିର୍ବାଚନ ପାଇଁ ଚୁପ ବସିଛନ୍ତି ବିଜେପିର ସଦସ୍ୟ । ତେବେ ଏହି ପ୍ରସଙ୍ଗକୁ ନେଇ ବାଚସ୍ପତିଙ୍କ ବିଧାନସଭା ପରିଚାଳନା ଉପରେ ପ୍ରଶ୍ନ ଉଠାଇଲେ।

ସେହିପରି ନରସିଂହ ଆହୁରି ମଧ୍ୟ କହିଥିଲେ ଯେ ସାମ୍ବାଦିକମାନଙ୍କୁ ପ୍ରେସ ଗ୍ୟାଲେରିକୁ ଛଡ଼ା ଯାଉନି । ଜଣେ ସାମ୍ବାଦିକ ସକାଳ ୧୦ରୁ ସନ୍ଧ୍ୟା ୭ଟା ଯାଏ ରିପୋର୍ଟ ଲେଖୁଛନ୍ତି । ଗୋଟିଏ ପାସ କେବଳ ଦିଆଯାଉଛି । ଦୁଇଟି ପାସ କାହିଁକି ଦିଆଯାଉ ନାହିଁ ବୋଲି ନରସିଂହ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe