କଣ୍ଟେନ୍‌ମେଣ୍ଟ ଜୋନ୍‌ ଲୋକଙ୍କୁ କିଛି ମିଳୁନି: ନରସିଂହ

Advertisment

ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କଲେ କଂଗ୍ରେସ ବିଧାୟକ ଦଳ ନେତା

ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କଲେ କଂଗ୍ରେସ ବିଧାୟକ ଦଳ ନେତା

ବିରୋଧୀଙ୍କୁ ବିଶ୍ୱାସକୁ ନେଉ ନଥିବାରୁ ମହାନଦୀ ସମସ୍ୟାର ସମାଧାନ କରିପାରୁନାହାନ୍ତି ସରକାର : ନରସିଂହ ମିଶ୍ର

Odisha Bytes

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଅତି ଭୟଙ୍କର ହେବାର ଲାଗିଛି। ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଏବେ ଗୋଷ୍ଠୀ ସଂକ୍ରମଣର ଭୟ ଦେଖା ଦେଲାଣି। ବଲାଙ୍ଗୀର, ଗଞ୍ଜାମ ଓ କଟକ ଭଳି ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ହୋଇଛି ବୋଲି କହିଲେ ଚଳେ। କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭିତରେ ଆବଦ୍ଧ ହୋଇ ରହିଥିବା ଲୋକଙ୍କୁ ଖାଦ୍ୟ ସାମଗ୍ରୀ ମିଳୁନାହିଁ। ଏ ନେଇ ମାନବାଧିକାର ଉଲଂଘନ ହେଉଥିବା ନେଇ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଆଜି ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରି ଅଭିଯୋଗ କରିଛନ୍ତି।

ଶ୍ରୀ ମିଶ୍ର ଦର୍ଶାଇଛନ୍ତି, ବଲାଙ୍ଗୀର ଜିଲ୍ଲାର ଆବଦ୍ଧ ଅଞ୍ଚଳରେ ଥିବା ଲୋକଙ୍କ ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ନୀରବଦ୍ରଷ୍ଟା ସାଜିଛନ୍ତି। ଏହି ଅଞ୍ଚଳରେ ଥିବା ଗରିବ, ଦିନ ମଜୁରିଆ, ଖଟିକିଆମାନେ କାମ କରି ନିଜ ନିଜର ଗୁଜରାଣ ମେଣ୍ଟାଇଥାନ୍ତି। ଏବେ ସେମାନେ ଆବଦ୍ଧ ହୋଇ ରହିଛନ୍ତି। ଅଥଚ ସେମାନଙ୍କୁ ଖାଦ୍ୟ ସାମଗ୍ରୀ ମିଳୁନି। ମୁଖ୍ୟମନ୍ତ୍ରୀ ଏହା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଅନ୍ତୁ। କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭିତରେ ରହୁଥିବା ଲୋକଙ୍କର ଜୀବନ ଜିଇଁବାର ଅଧିକାର ଯେମିତି ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ଜିଲ୍ଲା ପ୍ରଶାସନକୁ ତୁରନ୍ତ ନିର୍ଦ୍ଦେଶ ଦିଅନ୍ତୁ। ବଲାଙ୍ଗୀର ହାତିଶାଲପଡାକୁ କିଛି ଦିନ ହେଲା ଆବଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ସେଠାକାର ଲୋକଙ୍କୁ ଖାଦ୍ୟ, ପିଇବା ପାଣି ଓ ସ୍ବାସ୍ଥ୍ୟସେବା ପାଇଁ ପ୍ରଶାସନକୁ ବାରମ୍ବାର ଅନୁରୋଧ କରାଗଲେ ବି କେହି ଶୁଣୁନାହାନ୍ତି। ଏହିଭଳିଆ ସ୍ଥିତି ଏବେ ସାରା ରାଜ୍ୟରେ ଦେଖାଦେଇଥିବା ନେଇ ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe