ନେରେଡ଼ି: ଥଇଥାନ ଦାବି ଜୋର୍‌ ଧରିଲା, ୩ ଗ୍ରାମବାସୀଙ୍କ ଆତ୍ମହତ୍ୟା ଧମକ

Advertisment

ପ୍ରଭାବିତ ହେବେ ୫ ଶହ ପରିବାର, ଜଳମଗ୍ନ ହେବ ୧୦୬ ଏକର ଜମି

ପ୍ରଭାବିତ ହେବେ ୫ ଶହ ପରିବାର, ଜଳମଗ୍ନ ହେବ ୧୦୬ ଏକର ଜମି

ନେରେଡ଼ି: ଥଇଥାନ ଦାବି ଜୋର୍‌ ଧରିଲା, ୩ ଗ୍ରାମବାସୀଙ୍କ ଆତ୍ମହତ୍ୟା ଧମକ

କାଶୀନଗର : ବଂଶଧାରା ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ୍‌ର ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ପରେ ଆନ୍ଧ୍ର ସରକାର ବ୍ୟାରେଜ୍ ନିର୍ମାଣ ପାଇଁ ଶୁଭ ଦେଇଛନ୍ତି। ତେବେ ଏହି ବ୍ୟାରେଜ୍ ନିର୍ମାଣ ହେ‌ଲେ ଆନ୍ଧ୍ରସୀମାନ୍ତ ଗଜପତି ଜିଲ୍ଲାର କାଶୀନଗର ବ୍ଲକ୍ ଅଧୀନ ସାରା, ବାଡ଼ିଙ୍ଗା, ପାଲସିଙ୍ଗ ଓ କାଶୀନଗର ସହର ପ୍ରଭାବିତ ହେବା ଆଶଙ୍କା ରହିଛି। ଫଳରେ ଉକ୍ତ ୩ ଗ୍ରାମର ୫୦୦ ପରିବାରର ୨୫୦୦ ଲୋକଙ୍କୁ ଆଧୁନିକ ସୁବିଧାସୁଯୋଗ ସହ କୌଣସି ଗୋଟିଏ ସ୍ଥାନରେ ଥଇଥାନ କରାଯାଉ ବୋଲି ଦାବି ଜୋର୍ ଧରିଛି। ନଚେତ୍ ନେରେଡ଼ି ବ୍ୟାରେଜ୍ ନିକଟରେ ସେମାନେ ସମୂହ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।

ଖାଣ୍ଡବା ସରପଞ୍ଚ ଜଗନ୍ନାଥ ଦୋରାଙ୍କ ନେତୃତ୍ବରେ ସାରା ଗ୍ରାମବାସୀ କହିଛନ୍ତି ଯେ, ପୁରୁଣା ସର୍ଭେ ରିପୋର୍ଟ ଆଧାରରେ ଆନ୍ଧ୍ର ସରକାରଙ୍କ ଦ୍ବାରା ନେରେଡ଼ି ବ୍ୟାରେଜ୍‌ ନିର୍ମାଣ ହେଲେ କାଶୀନଗର ବ୍ଲକ୍‌ ଅଧୀନରେ ଆସୁଥିବା ବିଭିନ୍ନ ଗ୍ରାମର ୧୦୬ ଏକର ଜମି ଜଳମଗ୍ନ ହେବାର ସମ୍ଭାବନା ରହିଛି। ସାରା, ବାଡ଼ିଙ୍ଗା ଓ ପାଲସିଙ୍ଗରେ ବସବାସ କରୁଥିବା ୫୦୦ ପରିବାରଙ୍କୁ ବିସ୍ଥାପିତ ହେବାକୁ ‌ପଡ଼ିବ। ସେମାନଙ୍କ ମଧ୍ୟରେ ୧୫୦ ପରିବାର ହେଉଛନ୍ତି, ଅନୁସୂଚିତ ଜାତି ଓ ଜନଜାତି ବର୍ଗର। ଯଦି ଏହି ବ୍ୟାରେଜ୍ ତିଆରି ‌ପାଇଁ ଗ୍ରାମବାସୀଙ୍କୁ ବିସ୍ଥାପିତ ହେବାକୁ ପଡ଼େ, ତାହେଲେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେଉଥିବା ଗୋଟିଏ ସ୍ଥାନରେ ଥଇଥାନ୍ କରାଯିବ। ସେହିପରି, ଜଳମଗ୍ନ ହେବାକୁ ଥିବା ଚାଷଜମିରୁ ଏକର ପିଛା ସ୍ଥାନୀୟ ଦରଠୁ ୮ ଗୁଣ ଅଧିକ କ୍ଷତିପୂରଣ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।

କିଛି ବରିଷ୍ଠ ନାଗରିକଙ୍କ କହିବାନୁସାରେ, ୫୦ ବର୍ଷ ତଳେ ବଂଶଧାରା ନଦୀର ଓସାର କମ୍ ଥିଲା। ଓଡ଼ିଶା ସୀମା ଠାରୁ ୧୦୦ରୁ ଅଧିକ ମିଟର ଦୂରରେ ପ୍ରବାହିତ ହେଉଥିଲା। କିନ୍ତୁ ୧୯୮୦ ମସିହା ପ୍ରଳୟଙ୍କାରୀ ବନ୍ୟା ପରେ ନଦୀ ଓଡ଼ିଶା ଆଡକୁ ମାଡ଼ି ଆସିଛି ଓ ଲୋକଙ୍କ ବହୁ ଚାଷଜମି, ପଦର ଓ ତୋଟା ନଦୀଗର୍ଭରେ ଲୀନ ହୋଇଯାଇଛି । ପ୍ରଶାସନ କ୍ଷତିଗ୍ରସ୍ତ ଲୋକଙ୍କୁ କୌଣସି କ୍ଷତିପୂରଣ ନ ଦେଇ ସେସବୁ ଜମିକୁ ଚଞ୍ଚକତା କରି ବାଲିଚର ଘୋଷଣା କରିଦେଇଛନ୍ତି। ଅନ୍ୟପକ୍ଷରେ ପଲ୍ଲୀସଭା ନ କରି ଜମି ଅଧିଗ୍ରହଣ କରାଯାଇପାରିବନି ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe